ବାଲେଶ୍ଵରରେ ଲେଡି କନେଷ୍ଟବଳ ଯଶୋଦା ଦାସ । ମୃତ୍ୟୁ ପଛରେ ପ୍ରେମ-ପ୍ରତାରଣା ନା ବ୍ୟକ୍ତିଗତ କାରଣ ? ଘଟଣା ସ୍ଥଳରେ ଟାଉନ ଡ଼ିଏସପିଙ୍କ ସମେତ ସାଇଣ୍ଟିଫିକ ଟିମ ପହଞ୍ଚି ସାଙ୍ଗସାଥୀଙ୍କୁ ପଚରାଉଚୁରା କରିବା ସହ ମୋବାଇଲ ଓ ଡାଏରୀକୁ ଜବତ କରିଛି ।ଅନ୍ୟପଟେ ଜୀବନ ହାରିବା ପୂର୍ବରୁ ନିଜର ହ୍ଵାଟ୍ସଆପ ଷ୍ଟାଟସରେ କିଛି ଦୁଃଖ ଭରା ପୋଷ୍ଟ କରିଥିଲେ । ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହାସହ ଏକ ହାତଲେଖା ଚିଠି ମଧ୍ୟ ପୋଲିସର ହସ୍ତଗତ ହୋଇଛି । ସେଥିରେ ଉଲ୍ଲେଖ ରହିଛି ଯେ, ”ମୋତେ କ୍ଷମା କରିଦେବ, ଏଥିରେ କାହାର ଭୁଲ ନାହିଁ। ମୋ ଇଚ୍ଛାରେ ସବୁ କରୁଛି, ମୋ ଲାଇଫରେ ଯାହା ସବୁ ହେଉଛି, ମୁଁ ଆଉ କିଛି ସହିପାରୁନି।”ମୃତ ଯଶୋଦାଙ୍କ ଘର ରେମୁଣା ଥାନା ମନ୍ଦାରପୁର ଅଞ୍ଚଳରେ। ବାଲେଶ୍ଵର ପୋଲିସ୍ ବାରାକରେ ଗତକାଲି ସନ୍ଦେହଜନକ ଅବସ୍ଥାରେ ଯଶୋଦାଙ୍କୁ ଉଦ୍ଧାର କରାଯାଇଥିଲା ।
ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକ ଅଭିଯୋଗ କରିଛନ୍ତି ଏହି ମୃତ୍ୟୁ ପଛରେ ପ୍ରେମ ଜନିତ କାରଣ ରହିଛି । ଜଣେ ସହକର୍ମୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଥିଲା ବୋଲି କହିଛନ୍ତି ।ଅନ୍ୟପଟେ ଏହି ଘଟଣାରେ ବାଲେଶ୍ଵର ଏସପି ରାଜ ପ୍ରସାଦ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ,” ଘଟଣାକୁ ନେଇ ଆମେ ତଦନ୍ତ ଆରମ୍ଭ କରିଛୁ। ଯାହା ପ୍ରାଥମିକ ତଦନ୍ତରୁ ଜଣାପଡୁଛି ବ୍ୟକ୍ତିଗତ କାରଣରୁ ଏମିତି ହୋଇଛି। ଏବେ ତଦନ୍ତ ଚାଲୁଛି ଆମେ ତଦନ୍ତ ପରେ ଜଣାଇବୁ। ପରିବାର ପକ୍ଷରୁ କିଛି ଅଭିଯୋଗ ହୋଇନାହିଁ, ଏଇଟା ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ କାରଣ ହୋଇପାରେ।