ପରିଚାଳନା ନିର୍ଦ୍ଦେଶକଙ୍କ ଉପରେ ପରିଶ୍ରା କରିଦେଲେ ମଦ୍ୟପ ବ୍ୟକ୍ତି

ଦିଲ୍ଲୀରୁ ବ୍ୟାଙ୍ଗକକ୍ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନରେ ଜଣେ ଭାରତୀୟ ମଦ୍ୟପ ଅବସ୍ଥାରେ ସହଯାତ୍ରୀଙ୍କ ଉପରେ ପରିଶ୍ରା କରିଦେଇଥିବା ଜଣାପଡିଛି। ଏୟାର ଇଣ୍ଡିଆ ତରଫରୁ କୁହାଯାଇଛି ଯେ, କ୍ରୁ ମେମ୍ବରମାନେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସମସ୍ତ ନିୟମ ପାଳନ କରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଅଭିଯୁକ୍ତ ଯାତ୍ରୀଙ୍କୁ ଚେତାବନୀ ଦିଆଯାଇଛି ଏବଂ ପୀଡ଼ିତ ଯାତ୍ରୀଙ୍କୁ ଥାଇଲାଣ୍ଡରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ତେବେ ପୀଡ଼ିତ ଯାତ୍ରୀ କୌଣସି ଅଭିଯୋଗ କରିବାକୁ ମନା କରିଦେଇଥିଲେ।

ଅଧିକ ପଢନ୍ତୁ

Odisha Darpan Digital