୫୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌ ଜବତ

ବଲାଙ୍ଗୀର ଜିଲା ଟିଟିଲାଗଡ଼ ବୈଷ୍ଣବଦେବୀ ମନ୍ଦିର ସମ୍ମୁଖରେ ଜାଲ୍‌ ନୋଟ୍‌ କାରବାର ଚାଲିଥିବା ବେଳେ ମାଡ଼ିବସିଛି ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌)। ଏସ୍‌ଟିଏଫ୍‌ ଟିମ ଦ୍ୱାରା ୫୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ୍‌ ନୋଟ ଜବତ ହୋଇଛି। ଗିରଫ ଦୁଇ ଜଣ ହେଲେ ମହମ୍ମଦ ସବିର ଓ ନେତ୍ର ରାଉତ।ହାଇ କ୍ୱାଲିଟି ଜାଲ୍‌ ନୋଟ୍‌ ଛାପୁଥିବା ନେଇ ଏସଟିଏଫ ଟିମ୍‌ ଖୋଳତାଡ କରୁଛି । ଆନ୍ତଃରାଜ୍ୟ ଲିଙ୍କ୍‌ ସନ୍ଦେହ କରି ଅଧିକ ତଦନ୍ତ ଜାରି ରଖିଛି ।

ଅଧିକ ପଢନ୍ତୁ

Odisha Darpan Digital