ପୁଣି ଚିନ୍ତା ବଢ଼ାଇଛି ସୁନା ଦର। କିଛିଦିନ ଧରି ସୁନାରୁପା ଦର ହୁହୁ ହୋଇ ବଢୁଛି। ଫଳରେ ଚିନ୍ତାରେ ପଡ଼ିଛନ୍ତି ଲୋକେ। ଏପ୍ରିଲ ୧୧ ଅର୍ଥାତ୍ ଶୁକ୍ରବାର ସୁନା ଦରରେ ବୃଦ୍ଧି ହୋଇଛି ।୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୫,୪୦୦ରେ ପହଞ୍ଚିଛି । ଗତକାଲି ଏହା ୯୩,୩୮୦ ଟଙ୍କା ଥିଲା । ଏଥିରେ ୨,୦୨୦ ଟଙ୍କା ବୃଦ୍ଧି ହୋଇଛି ।୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୮୭,୪୫୦ ଟଙ୍କା ରହିଛି । ଗତକାଲି ଏହା ୮୫,୬୦୦ ଟଙ୍କା ଥିଲା । ଏଥିରେ ୧,୮୫୦ ଟଙ୍କା ବୃଦ୍ଧି ହୋଇଛି । ୩ ଦିନରେ ସୁନା ଦର ୫ ହଜାରରୁ ଅଧିକ ହୋଇଛି।
