ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁରରେ ଲ୍ୟାଣ୍ଡମାଇନ୍‌ ଠାବ ।

ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁରରେ ଲ୍ୟାଣ୍ଡମାଇନ୍‌ ଠାବ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ଲାଗି ମାଓବାଦୀମାନେ ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ । ଯାହାକୁ ସୁରକ୍ଷିତ ଭାବେ ଠାବ କରିଛନ୍ତି ସୁରକ୍ଷାକର୍ମୀ । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । ଯବାନଙ୍କୁ କ୍ଷତି ପହଞ୍ଚାଇବା ଉଦେଶ୍ୟରେ ମାନକେଲି ଗାଁ କଚ୍ଚା ରାସ୍ତାରେ ୨ କିଲୋଗ୍ରାମ ଓଜନର ୩ ଟି ବିୟର ବୋତଲ ବୋମା ଏବଂ ୨ ଟି ଟିଫିନ୍ ବୋମା ସିରିଜରେ ଖଞ୍ଜିଥିଲେ ନକ୍ସଲ । ଯାହା ଏକ କମାଣ୍ଡ ସ୍ୱିଚ୍ ସହିତ ସଂଯୋଗ ହୋଇଥିଲା । ବିଜାପୁର ଜିଲ୍ଲା ବିଡିଏସ ଦଳ ଘଟଣାସ୍ଥଳରେ ଆଇଇଡିକୁ ଠାବ କରି ସୁରକ୍ଷିତ ଭାବରେ ନିଷ୍କ୍ରିୟ କରିଛି ।ସୁରକ୍ଷା ବାହିନୀର ସତର୍କତା ଏବଂ ଉପସ୍ଥିତି ବୁଦ୍ଧି ଯୋଗୁଁ ଆଇଇଡି ଗୁଡିକୁ ଠାବ ପରେ ନିଷ୍କ୍ରିୟ କରି ନକ୍ସଲପନ୍ଥୀଙ୍କ ଘୃଣ୍ୟ ଯୋଜନାକୁ ବିଫଳ କରିବାରେ ସଫଳ ହୋଇଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital