ମହାପ୍ରଭୁଙ୍କର ପଇତାଲାଗି ନୀତି ଅବସରରେ ୫ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ

ବୈଶାଖ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ଅପରାହ୍‌ଣରେ ହେବ ‌ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମହାପ୍ରଭୁଙ୍କର ପଇତାଲାଗି ନୀତି ଅବସରରେ ୫ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ।ପରମ୍ପରା ଅନୁଯାୟୀ, ପାଟରା ବିଶୋଇମାନେ ପ୍ରସ୍ତୁତ କରିଥିବା ପଇତାକୁ ରବିବାର ଦେଉଳକରଣଙ୍କୁ ହସ୍ତାନ୍ତର କରିଛନ୍ତି। ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗମଣ୍ଡପ ପରେ ପଇତାଲାଗି ନୀତି ହେବ। ପାଟଡୋରିରେ ନିର୍ମିତ ଜାଲିଯୁକ୍ତ ବସ୍ତ୍ରକୁ ମହାପ୍ରଭୁଙ୍କୁ ଲାଗି କରାଯିବ, ଯାହାକୁ ପଇତାଲାଗି ବୋଲି କୁହାଯାଏ। ବର୍ଷକରେ ଦୁଇଥର ଅର୍ଥାତ୍‌ ଚନ୍ଦନଯାତ୍ରା ଓ ଘୋଡ଼ଲାଗି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ଦଇତାପତି ସେବାୟତମାନେ ଏହି ନୀତି ସମ୍ପାଦନ କରିଥାନ୍ତି।

ଅଧିକ ପଢନ୍ତୁ

kc ads