ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା ଦେଇଛନ୍ତି ବିଜେଡି ସୁପ୍ରିମୋ

ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୋମବାର ନବୀନଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ବସିବ। ଏହି ବୈଠକରେ ଯୋଗ ଦେବାକୁ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକଙ୍କୁ ସୁପ୍ରିମୋଙ୍କ ଡାକରା ଯାଇଥିଲା। ଡାକରା ପାଇ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଅଛନ୍ତି। ଏଥିସହିତ ପ୍ରତାପ ଦେବ, ଅରୁଣ ସାହୁ ଏବଂ ସଞ୍ଜୟ ଦାସବର୍ମା ମଧ୍ୟ ଉପସ୍ଥିତ ଅଛନ୍ତି।। ଦୁଇ ଦିନ ତଳେ ନବୀନ ପଟ୍ଟନାୟକ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହାପରେ ଏହି ବୈଠକକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଜାରି ରହିଛି।

ଏହି ଆଲୋଚନା ଏଥିପାଇଁ ହେଉଛି, କାରଣ ଯେଉଁଦିନ ଏହି ନିର୍ବାଚନ ହେଲା, ରାଜ୍ୟ କାର୍ଯ୍ୟକାରିଣୀ ଘୋଷଣା ହେବା କଥା। କିନ୍ତୁ ଏଥର କାର୍ଯ୍ୟକାରିଣୀ ତାଲିକା ଘୋଷଣା କରାଯାଇ ନାହିଁ। ସାର୍ବଜନୀନ କରାଯାଇ ନାହିଁ। ଏହାକୁ ନେଇ ଦଳ ଭିତରେ ଅନେକ ନେତାଙ୍କ ମଧ୍ୟରେ ଅସନ୍ତୋଷ ଏବଂ ଦ୍ୱନ୍ଦ୍ୱରେ ରହିଛନ୍ତି।ରାଜ୍ୟକାର୍ଯ୍ୟକାରିଣୀରେ ୮୧ ଜଣ ସଦସ୍ୟ ରହିବେ। ଏହି ୮୧ ଜଣ କିଏ, କାହାକୁ ଚୟନ କରାଯିବ, କାହାକୁ ବାଦ ଦିଆଯିବ, ତାକୁ ନେଇ ମଧ୍ୟ ଆଲୋଚନା ଜାରି ରହିଛି। ଏହି ବୈଠକରେ ନବୀନ ପଟ୍ଟନାୟକ ରାଜ୍ୟ କାର୍ଯ୍ୟକାରିଣୀ ଗଠନ କରିବେ ବୋଲି ଅନୁମାନ କରାଯାଉଛି।

ଅଧିକ ପଢନ୍ତୁ

Odisha Darpan Digital