ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାପାଙ୍କୁ ମିଳିଲା ଆୟୁଷ୍ମାନ କାର୍ଡ, ସୂଚନା ଦେଲେ ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ

ଏବେ ଧିରେ ଧିରେ ରାଜ୍ୟରେ ବଣ୍ଟାଯାଉଛି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ କାର୍ଡ ଆୟୁଷ୍ମାନ କାର୍ଡ ତଥା ବୟୋବନ୍ଦନା କାର୍ଡ। ଆଉ ଏହି କାର୍ଡ ପାଇଁ ବିଶେଷ କିଛି ଯୋଗ୍ୟତାର ଆବଶ୍ୟକତା ନାହିଁ। ପ୍ରାୟ ଅଧିକାଂଶ ଲୋକ ଏହି କାର୍ଡର ଲାଭ ପାଇପାରିବେ। ଏହି ଯୋଜନା ଅଧିନରେ ୭୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ମାଗଣା ସ୍ୱାସ୍ଥ୍ୟବୀମା ଯୋଗାଇ ଦିଆଯାଇଛି । ଏହି କ୍ରମରେ ସ୍ୱାସ୍ଥ୍ର୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବାପା ମୀନକେତନ ମହାଲିଙ୍ଗଙ୍କୁ ମିଳିଛି ଏହି ସ୍ୱାସ୍ଥ୍ୟବୀମା ଯୋଜନାର କାର୍ଡ । ମୀନକେତନ ମହାଲିଙ୍ଗ ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital