ଲିଙ୍ଗରାଜଙ୍କ ମହାଶିବରାତ୍ରୀ ଲାଗି ନିର୍ଦ୍ଦେଶାବଳୀ ଜାରି

ଭୁବନେଶ୍ୱର,(ଓଡିଶା ଦର୍ପଣ): ଆସନ୍ତା ମାର୍ଚ୍ଚ ୧ ତାରିଖରେ ‘ମହାଶିବରାତ୍ରି‘ ଅନୁଷ୍ଠିତ ହେବ। ଚଳିତ ବର୍ଷ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ କୋଭିଡ୍ କଟକଣା ଭିତରେ ମହାଶିବରାତ୍ରୀ ଅନୁଷ୍ଠିତ ହେବବୋଲି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଏଥର ମଧ୍ୟ ଲିଙ୍ଗରାଜ ମନ୍ଦିରରେ ସୀମିତ ଶ୍ରଦ୍ଧାଳୁରେ ସମସ୍ତ ରୀତିନୀତି ପାଳିତ ହେବ। ରାତି ୧୦ ଟାରେ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବ ବୋଲି ଆଲୋଚନାରେ ସେବାୟତମାନେ ମତ ଦେଇଥିଲେ। ତେବେ କରୋନା ସଂକ୍ରମଣ କମୁଥିବାରୁ ଭୁବନେଶ୍ୱରରେ ଆଜିଠାରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସମେତ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବ। ବିଏମ୍‌ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ହେଲେ କରୋନା ଟିକାର ଉଭୟ ଡୋଜ୍ ନେଇଥିବା ଶ୍ରଦ୍ଧାଳୁଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳିପାରିବ। ସେଥିପାଇଁ ଶ୍ରଦ୍ଧାଳୁଙ୍କୁ ଟୀକା ପ୍ରମାଣପତ୍ର ଦେଖାଇବାକୁ ପଡିବ। ଶ୍ରୀଲିଙ୍ଗରାଜ ସମେତ ଭୁବନେଶ୍ୱରରେ ଥିବା ଅନ୍ୟ ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ, ଗୁରୁଦ୍ୱାର ଓ ଅନ୍ୟ ଧର୍ମାନୁଷ୍ଠାନ ଗୁଡ଼ିକ ପାଇଁ ମଧ୍ୟ ସମାନ ନିୟମ ରହିଛି।

ଅଧିକ ପଢନ୍ତୁ