ଆଜି ହେଉଛି ପବିତ୍ର ସୀତା ନବମୀ

ହିନ୍ଦୁ ଧର୍ମରେ ବାର ମାସରେ ତେର ପର୍ବ । ବୈଶାଖ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ସୀତା ନବମୀ ପାଳନ କରାଯାଏ । ଆଜି ହେଉଛି ସେହି ପବିତ୍ର ସୀତା ନବମୀ । ପୌରାଣିକ ପ୍ରଥା ଅନୁଯାୟୀ ବିଶ୍ବାସ କରାଯାଏ ଯେ, ଏହି ଦିନରେ ମାତା ସୀତା ଧରିତ୍ରୀରୁ ଆବିର୍ଭାବ ହୋଇଥିଲେ । ଏହି ଦିନକୁ ମନେ ରଖିବା ପାଇଁ ସୀତା ନବମୀ ରୂପରେ ପାଳନ କରାଯାଇଆସୁଛି । ପ୍ରତ୍ୟେକ ଭାରତୀୟ ନାରୀ ସୀତାଙ୍କୁ ସର୍ବଶ୍ରେଷ୍ଠ ଆଦର୍ଶ ରୂପେ ଗ୍ରହଣ କରିଥାନ୍ତି। ସୀତା ରାଜର୍ଷି ଜନକଙ୍କର ପୁତ୍ରୀ ଏବଂ ଅଯୋଧ୍ୟାପତି ଦଶରଥଙ୍କର ପୁତ୍ରବଧୂ। ବିଷ୍ଣୁଙ୍କର ରାମ ଅବତାରର ପତ୍ନୀ ଲକ୍ଷ୍ମୀ ସ୍ୱରୂପିଣୀ ସୀତା। ଏତେ ସବୁ ସତ୍ତ୍ୱେ, କୌଣସି ଦିନ ସେ ରାଜପ୍ରାସାଦର ସୁଖବୈଭବ ଭୋଗ କରିପାରିନଥିଲେ। ବିଶେଷ କରି ସୀତାଙ୍କର ସବୁଠାରୁ ଦୁଃଖର ଦିନ ଥିଲା ଯେତେବେଳେ ସନ୍ତାନସଂଭବା ଜାଣି ମଧ୍ୟ ରାମଚନ୍ଦ୍ର ତାଙ୍କୁ ବନବାସ ପ୍ରଦାନ କରିଥିଲେ। ତେବେ ଏହି ତିଥି ପ୍ରାୟ ରାମନବମୀର ଠିକ୍ ଗୋଟେ ମାସ ପରେ ପାଳନ କରାଯାଇଥାଏ । ଏହି ଦିନରେ ଯଦି ଆମେ ମା’ ସୀତା ଏବଂ ରାମଙ୍କୁ ପୂଜାର୍ଚ୍ଚନା କରିବା ତେବେ ତାକୁ ବିଶେଷ କରୁଣା ଲାଭ ହୋଇଥାଏ ।

ଏହି ଦିନରେ ମାତା ସୀତାଙ୍କୁ ପୂଜା କରିବା ଦ୍ବାରା ଅପାର କରୁଣା ବର୍ଷା ହୋଇଥାଏ । ବିଶ୍ବାସ କରାଯାଇଆସୁଛି ଯେ, ଏହି ଦିନରେ ମା’ଙ୍କୁ ପୂଜା କଲେ ୧୬ମହାନ ଫଳର ଅଧିକାରୀ ହେବେ । ବୈବାହିକ ଜୀବନରେ ସୁଖ ଏବଂ ସମୃଦ୍ଧି ପାଇବା ପାଇଁ ସୀତା ନବମୀକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଏହି ଦିନ ବିବାହିତ ମହିଳାମାନେ ଉପବାସ ରଖନ୍ତି ଏବଂ ସାରା ଜୀବନ ଖୁସି ରହିବା ପାଇଁ ପ୍ରାର୍ଥନା କରନ୍ତି ।

ଅଧିକ ପଢନ୍ତୁ

Odisha Darpan Digital