ପାକିସ୍ତାନକୁ ଆମେରିକା ଦେଲା ଚେତାବନୀ- ଯଦି ପାକିସ୍ତାନ ଭାରତ ଉପରେ..

ମୁଁ ଜାଣିଥିଲି ଭାରତ ପ୍ରତିଶୋଧ ନେବ । ଭାରତର ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍‌ ପରେ ଏପରି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସାମ୍ବାଦିକ ସମ୍ମିଳନୀରେ ଏକ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି, ଓଭାଲ ରୁମକୁ ଆସିବା ମାତ୍ରେ ଏହା ବିଷୟରେ ଶୁଣିଲୁ। ଅତୀତରେ ଘଟିଥିବା ଘଟଣାକୁ ନଜରରେ ରଖି ଏହାର ଆଧାରରେ ଆମେ ଜାଣିଥିଲୁ ଯେ କିଛି ଘଟିବାକୁ ଯାଉଛି।ଭାରତ ଏବଂ ପାକିସ୍ତାନକୁ ସ୍ପଷ୍ଟ ଭାବରେ ଇଙ୍ଗିତ କରି ଆମେରିକା ରାଷ୍ଟ୍ରପତି କହିଛନ୍ତି, ଦଶନ୍ଧି ଏବଂ ଶତାବ୍ଦୀ ଧରି ଲଢ଼େଇ ଚାଲି ଆସୁଛି । ମୁଁ ଆଶା କରୁଛି ଏହା ଖୁବ୍ ଶୀଘ୍ର ଶେଷ ହେବ ।ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ, ପାକିସ୍ତାନ ଭାରତର ଆକ୍ରମଣ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା କଥା ଚିନ୍ତା କରିବା ଉଚିତ୍ ନୁହେଁ। ପାକିସ୍ତାନ ଭାରତ ବିରୁଦ୍ଧରେ ଯୁଦ୍ଧ କରିବାକୁ ସାହସ କରିବା ଉଚିତ୍ ନୁହେଁ। ଏହା ସହିତ, ଭାରତ ବିଷୟରେ ରୁବିଓ କହିଛନ୍ତି ଯେ, ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ଭାରତର ଅଛି। ଏବେ ଭାରତର ଏହି ଆକ୍ରମଣର ଜବାବରେ, ପାକିସ୍ତାନ କୌଣସି ଆକ୍ରମଣ ନକରିବା ଉଚିତ।

ଅଧିକ ପଢନ୍ତୁ

kc ads