ଆତଙ୍କବାଦୀଙ୍କୁ ହସ୍ତାନ୍ତର କଲେ ଆଲୋଚନା ହେବ: ମୋଦୀ

କଶ୍ମୀରକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯଦି ଆତଙ୍କବାଦୀଙ୍କୁ ଆମ ହାତକୁ ଦେବେ ତେବେ PoK ଭାରତକୁ ଫେରିବା ନେଇ କଥା ହୋଇପାରିବୁ। ଏହା ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା କରିବୁନି ବୋଲି ମୋଦି କହିଛନ୍ତି। ଏଥିସହିତ ମୋଦି ପ୍ରବଳ ରାଗି ଯାଇଛନ୍ତି। ସେ କହିଛନ୍ତି, ଆମେ କାହାର ମଧ୍ୟସ୍ଥତା ଚାହୁଁନୁ କି କାହାର ମଧ୍ୟସ୍ଥତା ମଧ୍ୟ ଆବଶ୍ୟକ କରୁନୁ। ସୂଚନାମୁତାବକ ଅପରେସନ ‘ସିନ୍ଦୂର’ରେ ପାକିସ୍ତାନ ଉପରେ ଭାରତର ପ୍ରଚଣ୍ଡ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେବା ସହିତ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲେ। ପରେ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଭାରତ ସହିତ କଥା ହେବାରୁ ଶନିବାର ରାତିରେ ଅପରେସନ ‘ସିନ୍ଦୂର’କୁ ସାମୟିକ ସ୍ଥଗିତ ରଖାଯାଇଛି। କିନ୍ତୁ ତାହା ବନ୍ଦ ହୋଇନାହିଁ ବୋଲି ସେନା ପକ୍ଷରୁ କୁହାଯାଇଛି।‘ଅପରେଶନ ସିନ୍ଦୂର’ରେ ୩ଟି ଲକ୍ଷ୍ୟ ପୂରଣ ହୋଇଛି। ବାହାଓ୍ବଲପୁର, ମୁର୍ଦ୍ଦିକେ, ମୁଜାଫରବାଦ କ୍ୟାମ୍ପ ମାଟିରେ ମିଶିଛି। ରାଜନୈତିକ ଉଦ୍ଦେଶ୍ୟ ମଧ୍ୟ ପୂରଣ ହୋଇଛି ବୋଲି କହିଛନ୍ତି ମୋଦି।

ଅଧିକ ପଢନ୍ତୁ

Odisha Darpan Digital