ଗ୍ରାହକଙ୍କ ପାଇଁ ଖୁସି ଖବର। କମିଲା ସୁନା ଦର। ସୋମବାର ଅର୍ଥାତ୍ ମେ’ ୧୨ ତାରିଖରେ କମିଛି ସୁନା ଦର। ଗତ କିଛି ଦିନ ହେବ ସୁନା ଦର ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଏବେ ଆଶ୍ୱସ୍ତି ମିଳିଛି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୮, ୬୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୦ ହଜାର ୪୪୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୮, ୬୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୦ ହଜାର ୪୪୦ ଟଙ୍କାକୁ ପହଞ୍ଚିଛି । ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୭୨,୬୬୦ ଟଙ୍କା ରହିଛି । ଗତକାଲି ଏହା ୭୪,୦୧୦ ଟଙ୍କା ଥିଲା । ଏଥିରେ ୧୩୫୦ ଟଙ୍କା ହ୍ରାସ ହୋଇଛି ।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୯୮, ୯୦୦ ଟଙ୍କା ହୋଇଛି ।
