ଶୋଇଥିବାବେଳେ ୩ ଶଳାଙ୍କୁ ମାରିଦେଲା ଭିଣୋଇ

ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ ଦୋରାଗୁଡା ପଂଚାୟତ କୋପାଗୁଡା ଗାଁର ରାଜୁ ଖେମୁଡୁ, କୁଞ୍ଜ ଖେମୁଡୁ ଓ କ୍ରିଷ୍ଣା ଖେମୁଡୁ ।ରବିବାର ନିଜ ଭଉଣୀ ଘରକୁ ଶବ ଦାହ କାର୍ଯ୍ୟରେ ଯୋଗଦେବା ପାଇଁ ଆନ୍ଧ୍ରପ୍ରଦେଶ ସିଲେରୁ ଯାଇଥିଲେ ୩ ଭାଇ । ସେଠାରେ ଭିଣୋଇ ଓ ଶଳାମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତି ତର୍କ ହୋଇଥିଲା । ତେବେ ରାତିରେ ସମସ୍ତେ ଶୋଇଥିବାବେଳେ ୩ ଶଳାଙ୍କୁ ଆକ୍ରମଣ କରିଥିଲା ଅଭିଯୁକ୍ତ । କ୍ରୀଷ୍ଣା ଏବଂ କୁଞ୍ଜଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଖେମୁଡୁକୁ ଗୁରୁତର ଅବସ୍ଥାରେ ବିଶାଖାପାଟଣାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି |ଅନ୍ୟପଟେ ଏହି ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ହେଲେ ବର୍ତ୍ତମାନ ସୁଦ୍ଧା ମୁଖ୍ୟ ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇପାରିନାହିଁ ପୋଲିସ । କୁପାଗୁଡା ଗାଁରେ ଶୋକର ଛାୟା ଖେଳିଯାଇଛି।

ଅଧିକ ପଢନ୍ତୁ

kc ads