ମେ ୧୫ ତାରିଖ ପିଏମ୍ ଆବାସ ଯୋଜନାରେ ପଞ୍ଜିକରଣର ଶେଷ ଦିନ । ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ।ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି ପଞ୍ଜୀକରଣ ପାଇଁ ମଝିରେ ଆଉ ମାତ୍ର ଗୋଟିଏ ଦିନ ରହିଲା । ୩୪ରୁ ୩୫ ଲକ୍ଷ ଲୋକ ପିଏମ୍ ଆବାସ ପଞ୍ଜୀକରଣ କଲେଣି ।
୧୫ ତାରିଖ ପରେ ଘର ଘର ବୁଲି କିଏ ଯୋଗ୍ୟ ସର୍ଭେ କରାଯିବ । ୩ ଲକ୍ଷ ଘର ଛାତ ପଡ଼ିଲାଣି, ୫ ଶହ ସ୍ଥାନରେ ରାସ୍ତା ସମସ୍ୟା ରହିଛି ରହିଛି ବୋଲି ପଞ୍ଚାୟତରାଜ ମନ୍ତ୍ରୀ କହିଛନ୍ତି ।ସର୍ଭେରେ ଅବହେଳା ହୋଇଥିଲେ ସଂପୃକ୍ତ ଅଧିକାରୀଙ୍କ ଉପରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । କେନ୍ଦ୍ର ସରକାରଙ୍କୁ ଚୂଡ଼ାନ୍ତ ତାଲିକା ପଠାଯିବ । କେନ୍ଦ୍ର ଅର୍ଥ ଦେଲା ପରେ ରାଜ୍ୟ ସରକାର ନିଜର ଭାଗ ଦେବେ । ତେବେ ପୂର୍ବ ସରକାର ଯଦି ତାଲିକା ପ୍ରସ୍ତୁତ କରିଥାନ୍ତେ, ତେବେ ରାଜ୍ୟକୁ ଆହୁରି ଘର କେନ୍ଦ୍ର ଠାରୁ ମିଳି ସାରିଥାନ୍ତା । ତେଣୁ ତାଲିକା ନଥିବାରୁ ଲୋକ ମାନେ ଘର ପାଇବାରୁ ବଞ୍ଚିତ ହେଲେ କହିଛନ୍ତି ରବି ନାରାୟଣ ।