ଦୀଘାକୁ ଜଗନ୍ନାଥ ଧାମ କହିବା ପଛରେ ସବୁ ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି।

ଦୀଘାକୁ ‘ଜଗନ୍ନାଥ ଧାମ’ କରିବା ନେଇ ପଶ୍ଚିମବଙ୍ଗ ସରକାରଙ୍କ ବିବାଦ ବଢ଼ିବାରେ ଲାଗିଛି । ଦୀଘାକୁ ‘ଜଗନ୍ନାଥ ଧାମ’ କରିବା ପଛରେ ଇସ୍କନର ସମ୍ପୃକ୍ତି ନେଇ ଅଙ୍ଗୁଳି ଉଠାଇ ଗଜପତି ଦିବ୍ୟସିଂହ ଦେବ ମାୟାପୁର ଇସ୍କନ ଗଭର୍ଣ୍ଣିଂବଡି ସୋସାଇଟି ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଥିଲା। ଏବେ ଏହି ଲେଖିଥିବା ଚିଠିର ଆସିଛି ଉତ୍ତର।ମାୟାପୁର ସୋସାଇଟି ଅଧ୍ୟକ୍ଷ ଚିଠି ଲେଖି ଗଜପତିଙ୍କୁ ଦେଇଥିବା ଉତ୍ତରରେ ଦିଦିଙ୍କ ମିଛ ଧରାପଡ଼ିଛି। ଏଥିସହ ରାମକୃଷ୍ଣଙ୍କ ସମ୍ପୃକ୍ତିକୁ ଆହୁରି ଖୁଲାସା କରିଛି। ଚିଠିରେ ଇସ୍କନ ପକ୍ଷରୁ କୁହାଯାଇଛି, ଦୀଘାକୁ ଜଗନ୍ନାଥ ଧାମ କହିବା ପଛରେ ଇସ୍କନର ଭୂମିକା ଶୂନ। ସବୁ ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି। ଦୀଘା ଜଗନ୍ନାଥ ମନ୍ଦିର ପରିଚାଳନା ନିମନ୍ତେ ଯେଉଁ ଟ୍ରଷ୍ଟ ଗଠନ ହୋଇଛି ସେଥିରେ ଇସ୍କନର ମାତ୍ର ଜଣେ ସଦସ୍ୟ ରହିଛନ୍ତି। ଇସ୍କନକୁ କେବଳ ସେବାପୂଜା ଦାୟିତ୍ୱ ଦିଆଯାଇଛି। ଶ୍ର୍ରୀମନ୍ଦିର ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ମଧ୍ୟ ଦୀଘା ଜଗନ୍ନାଥ ମନ୍ଦିରର ଜଣେ ଟ୍ରଷ୍ଟି।

ପୁରୀରୁ କାଠରେ ଦିଅଁ ନିର୍ମାଣ କରି ଆଣିବା ସହ ଏହି ଦଇତାପତି ଦୀଘାରେ ପ୍ରାଣ ପ୍ରତିଷ୍ଠା କରିଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଦଇତାପତିଙ୍କ ଶିଷ୍ୟା ବୋଲି ମଧ୍ୟ କହିଥିଲେ। ଯେହେତୁ ଦୀଘାକୁ ଜଗନ୍ନାଥ ଧାମ ନିଷ୍ପତ୍ତି ମମତା ସରକାର ନେଇଛନ୍ତି ଏହାର ଠିକ୍‌ ଉତ୍ତର ସେ ଦେଇପାରିବେ ବୋଲି ଇସ୍କନ କହିଛି।

ଅଧିକ ପଢନ୍ତୁ

kc ads