ନୂଆଗାଁ – ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସିଙ୍ଗାରପଲ୍ଲୀ ଗ୍ରାମରେ ମା ଖମ୍ବେଶ୍ବରୀ ଯୁବ ଡ୍ରାମାଟିକ କ୍ଳବର ୧୫ତମ ସାମାଜିକ ନାଟକ *କାନ୍ଦେନା ଲୁହ ସରିଯିବ , ଏହାକୁ ଦେଖିବା ପାଇଁ ଦୁଇ ହଜାର ରୁ ଅଧିକ ଦର୍ଶକ ସମାଗମ ହୋଇଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସାସ୍କୃତିକ କାର୍ଯ୍ୟକ୍ରମ ଦ୍ବାରା ଭାଇଚାରା ସୃଷ୍ଟି ହେବା ସହ ଲୁକାୟିତ କଳାର ପରିପ୍ରକାଶ ହୋଇଥାଏ, ତତ ସହିତ ସମାଜକୁ ଶିକ୍ଷଣୀୟ ବାର୍ତା ପ୍ରଦାନ କରିଥାଏ ଓ ଗ୍ରାମାଞ୍ଚଳରେ ମଞ୍ଚ କଳାକାର ସୃଷ୍ଟିର କାରଖାନl ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମାଜ ସେବୀ ଶଙ୍କର୍ଷଣ ବେହେରା , ସିଙ୍ଗାରପଲ୍ଲୀ ସରପଂଚ ଶ୍ରୀମତୀ ଗାୟତ୍ରୀ ବେହେରା, ସମିତି ସଭ୍ୟା ଶ୍ରୀମତୀ ସ୍ମିତାରାଣୀ ସେଠୀ, ବ୍ଳକ୍ ବିଜେଡ଼ି ସଭାପତି ଯୁଗଳ କିଶୋର ସାହୁ,ପାରାଢ଼ୀପି ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ, ସଞ୍ଜୟ କୁମାର ସାହୁ, ମୂରଲୀ ଧର ଜେନା, ଗୁମି ସମିତି ସଭ୍ୟ ସଞ୍ଜବି ଡାକୁଆ, ଯୁବ ନାଟ୍ୟ ନିର୍ଦ୍ଦେଶକ ତଥା ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ସେଖର ସେନାପତି ପ୍ରମୁଖ ଉପସ୍ଥିତି ଥିଲେ l
