ଆଜିଠୁ ପୁଣି ଆରମ୍ଭ ହେବ IPL

ଆଜିଠୁ ପୁଣି ଆଇପିଏଲ୍‌‌ ମ୍ୟାଚ ଆରମ୍ଭ କରାଯିବ। ଆରସିବି ଓ କଲକାତା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ। ୬ଟି ଭେନ୍ୟୁରେ ଅବଶିଷ୍ଟ ୧୭ଟି ମ୍ୟାଚ ଅନୁଷ୍ଠିତ ହେବ। ବେଙ୍ଗାଲୁରୁ, ଜୟପୁର, ଦିଲ୍ଲୀ, ଲକ୍ଷେ୍ମø, ମୁମ୍ବାଇ, ଅହମ୍ମଦାବାଦରେ ମ୍ୟାଚ ଖେଳାଯିବ। ଚଳିତ ସିଜନରେ ଜବରଦସ୍ତ ଫର୍ମରେ ଅଛି RCB । ଦଳ ୮ଟି ମ୍ୟାଚ୍ ଜିତି ୧୬ ପଏଣ୍ଟ ସହ ଦ୍ୱିତୀୟରେ ରହିଛି । ଆଉ ଗୋଟିଏ ମ୍ୟାଚ୍ ଜିତିଲେ ଫ୍ଲେ-ଅଫ୍ ଟିକେଟ୍ କାଟିବ ଦଳ ।

ସେପଟେ ମ୍ୟାଚ୍‌ରେ ବାଧକ ସାଜିପାରେ ବର୍ଷା । ସ୍ଥାନୀୟ ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁରେ ୭୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଯୋଗୁଁ ମ୍ୟାଚ ଧୋଇଗଲେ, ପଏଣ୍ଟ ଭାଗ କରିବେ ଦୁଇ ଦଳ । ମେ’ ୨୯ରେ କ୍ୱାଲିଫାୟର ଏବଂ ମେ’ ୩୦ରେ ଏଲିମିନେଟର ମ୍ୟାଚ ସହଜୁନ ୧ରେ କ୍ୱାଲିଫାୟର-୨ ମ୍ୟାଚ ଅନୁଷ୍ଠିତ ହେବ। ଜୁନ ୩ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ ବୋଲି ସୂଚନା ମିଳିଛି।

ଅଧିକ ପଢନ୍ତୁ

kc ads