ନୁରଖାନ୍‍ ଏୟାରବେସ୍‍ ସମେତ ଅନେକ ସ୍ଥାନ ଧ୍ୱଂସ ,ସତ ମାନିଲା ପାକିସ୍ତାନ ।

ପହଲଗାଓଁ ଆକ୍ରମଣର ପ୍ରତିଶୋଧ ନେବାକୁ ପାକିସ୍ତାନରେ ଅପରେସନ ସିନ୍ଦୂର ଜରିଆରେ ଭାରତ ଆତଙ୍କୀଙ୍କ ଆଡ୍ଡାକୁ ଧ୍ୱଂସ କରିଥିଲା । ଏହି ଅପରେସନ ସିନ୍ଦୂରରେ ପାକିସ୍ତାନର ଅନେକ ଏୟାରବେସ ଓ ଆତଙ୍କୀ ଆଡ୍ମା ଧୂଳିସାତ କରିବା ସହ ଅନେକ କ୍ଷତି ହୋଇଥିବା ଭାରତ ଦାବି କରିଥିଲା । ହେଲେ ପାକିସ୍ତାନ କିନ୍ତୁ ବାରମ୍ବାର ମିଛ ପ୍ରଚାର କରୁଥିଲା ଯେ ପାକ୍‍ ମାଟିରେ କୌଣସି କ୍ଷତି ହୋଇନାହିଁ । ଏକ କାର୍ଯ୍ୟକ୍ରମରେ ସରିଫ କହିଛନ୍ତି, ଗତ ମେ‘ ୧୦ ତାରିଖ ରାତି ୨ଟା ୩୦ରେ ସେନା ମୁଖ୍ୟ ଅସୀମ ମୁନୀର ସିକ୍ୟୁର ଲାଇନ୍‌ରେ ଫୋନ୍ କରି ଭାରତର ମିସାଇଲ ଆକ୍ରମଣ ବାବଦରେ କହିଥିଲେ । ପାକିସ୍ତାନର ନୂର ଖାନ୍ ଏୟାରବେସ୍‌ ଓ ଅନ୍ୟ ଅଞ୍ଚଳରେ ଭାରତୀୟ ସେନା ଆକ୍ରମଣ କରିଥିବା ସୂଚନା ଦେଇଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏଭଳି ବୟାନ ଦର୍ଶାଉଛି, ଅପରେସନ ସିନ୍ଦୂରରେ ପାକ୍ ଉପରେ ଜୋରଦାର ଆକ୍ରମଣ କରିଥିଲା ଭାରତ ।ଭାରତୀୟ ବାୟୁସେନା ଦେଶକୁ ରକ୍ଷା କରିବା ପାଇଁ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଥିବା ବେଳେ ସେମାନେ ଚୀନ ଯୁଦ୍ଧ ବିମାନରେ ଆଧୁନିକ ଉପକରଣ ଏବଂ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିଥିଲେ । ନୁରଖାନ ପାକିସ୍ତାନର କୌଣସି ସାଧାରଣ ଏୟାରବେସ୍‍ ନୁହେଁ । ଏହା ପାକିସ୍ତାନର ଭିଭିଆଇପି ଏବଂ ଉଚ୍ଚସ୍ତରୀୟ ସାମରିକ ବିମାନ ଚଳାଚଳର କେନ୍ଦ୍ରବିନ୍ଦୁ ଅଟେ । ଏହା ଇସଲାମାବାଦର ନିକଟର ଏବଂ ଏହାର ଦ୍ୱେିତ ଭୂମିକା ରହିଛି । ଏହି ଏୟାରବେସକୁ ପାକିସ୍ତାନର ସବୁଠାରୁ ସମ୍ବେଦନଶୀଳ ଏୟାରବେସ ମଧ୍ୟରୁ ଗୋଟିଏ ।

ଅଧିକ ପଢନ୍ତୁ

kc ads