‘ରାଜ୍ୟରେ ବାଂଲାଦେଶୀ ହଟାଇବା ପ୍ରକ୍ରିୟା ଆରମ୍ଭ-ଆଇନ ମନ୍ତ୍ରୀ

ବାଂଲାଦେଶୀ ପ୍ରବାସୀମାନଙ୍କ ଉପରେ ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଓଡ଼ିଶା ସରକାର ସୋମବାର ଦିନ ରାଜ୍ୟରେ ଏପରି ଅଣ ନାଗରିକଙ୍କୁ ଚିହ୍ନଟ ପାଇଁ ପଦକ୍ଷେପ ନେଇଛନ୍ତି। ଡିଆଇଜି ପିନାକ ମିଶ୍ରଙ୍କ ତତ୍ତ୍ୱାବଧାନରେ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚର ଏକ ସ୍ପେଶାଲ୍ ଟାକ୍ସ ଫୋର୍ସ (ଏସଟିଏଫ୍)କୁ ନୋଡାଲ୍ ଏଜେନ୍ସି ଭାବରେ ନିଯୁକ୍ତ କରାଯାଇଛି।ରାଜଧାନୀରେ କେତେ ବାଂଲାଦେଶୀ ଅଛନ୍ତି ତାର ଚିହ୍ନଟ ହେବ। ପ୍ରତିଥାନା ଅଞ୍ଚଳରେ କେତେ ଅନୁପ୍ରବେଶକାରୀ ରହୁଛନ୍ତି ତାହାର ତଥ୍ୟ ବାହାର କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ଵର ଡିସିପି ଜଗମୋହନ ମୀନା। ଆଭ୍ୟନ୍ତରୀଣ ସୁରକ୍ଷା ପ୍ରସଙ୍ଗକୁ ନେଇ ରବିବାର କମିଶନରେଟ୍ ପୋଲିସ ପକ୍ଷରୁ ଭରତପୁର ଥାନାରେ ଅପରାଧ ନିୟନ୍ତ୍ରଣ ବୈଠକ ଆୟୋଜିତ ହୋଇଛି। ଏଥିରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟକୁ ଗୁରୁତ୍ଵ ଦିଆଯାଇଛି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବୈଧ ଭାବରେ ରହୁଥିବା ବାଂଲାଦେଶୀ ମାନଙ୍କୁ ଚିହ୍ନଟ କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି। “ବୈଧ କାଗଜପତ୍ର ବିନା କୌଣସି ବିଦେଶୀ ନାଗରିକଙ୍କୁ ଓଡ଼ିଶାରେ ରହିବାକୁ ଅନୁମତି ଦିଆଯିବ ନାହିଁ। ନିଯୁକ୍ତି ସଂସ୍ଥାଗୁଡ଼ିକ ଯେପରି ବାଂଲାଦେଶୀ କିମ୍ବା ବିଦେଶୀ ନାଗରିକଙ୍କୁ ନିୟୋଜିତ ନକରନ୍ତି ତାହା ନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କ ବିଭିନ୍ନ ଇଞ୍ଜିନିୟରିଂ ବିଭାଗକୁ କହିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital