ଋତୁକାଳୀନ ଫ୍ଲୁ ଯୋଗୁ ଅସୁସ୍ଥ ହେଲେ ଅଜିତ ଡୋଭାଲ

ରୁଷର ରାଜଧାନୀ ମସ୍କୋଠାରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବା ନିରାପତ୍ତା ସଂକ୍ରାନ୍ତ ତ୍ରୟୋଦଶ ଅନ୍ତର୍ଜାତୀୟ ଉଚ୍ଚ ପ୍ରତିନିଧିମାନଙ୍କ ବୈଠକ ଆରମ୍ଭ ହେବ। ଏଥିରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଯୋଗଦେବାର ଥିଲା। କିନ୍ତୁ ଅସୁସ୍ଥତା କାରଣରୁ ସେ ଏହି ବୈଠକରେ ଯୋଗଦେବେ ନାହିଁ ବୋଲି ସୋମବାର ସୂଚନା ମିଳିଛି।ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ଅଜିତ ଡୋଭାଲ ଋତୁକାଳୀନ ଫ୍ଲୁ ସମ୍ବନ୍ଧୀୟ ଅସୁସ୍ଥତା ଯୋଗୁ ବୈଠକରେ ଯୋଗ ଦେଇପାରିବେ ନାହିଁ। ସେ କହିଛନ୍ତି ଯେ NSA ଶୀଘ୍ର ରଣନୈତିକ ଏବଂ ସୁରକ୍ଷା ପ୍ରସଙ୍ଗରେ ରୁଷିଆ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ବଢ଼ାଇବାକୁ ଅପେକ୍ଷା କରୁଛି। ଏନଏସଏ ଡୋଭାଲଙ୍କୁ ବର୍ତ୍ତମାନ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ଏହି କାରଣରୁ ସେ ମସ୍କୋ ଯାଉନାହାଁନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାଙ୍କ ଅବସ୍ଥା ବର୍ତ୍ତମାନ ଠିକ ଅଛି। ସେ କୌଣସି ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇନାହାଁନ୍ତି।

ଅଧିକ ପଢନ୍ତୁ

Odisha Darpan Digital