ଆଣ୍ଟିଜେନ୍ ପରୀକ୍ଷାରେ ଦ୍ବିତୀୟ କୋଭିଡ୍ ପଜିଟିଭ୍ ଚିହ୍ନଟ

ରାଜ୍ୟରେ ଦ୍ବିତୀୟ କୋଭିଡ୍‌ ପଜିଟିଭ ରୋଗୀ ଚିହ୍ନଟ । ଲକ୍ଷଣଯୁକ୍ତ ଜଣେ ବ୍ୟକ୍ତିଙ୍କ ଆଣ୍ଟିଜେନ୍‌ ପରୀକ୍ଷାରୁ ହୋଇଛି ସ୍ପଷ୍ଟ । ତେବେ ଆଣ୍ଟିଜେନ୍ କିଟ୍ କେତେ କାମ କରୁଛି, ତାହା ପରୀକ୍ଷା କରିବାକୁ ଆଣ୍ଟିଜେନ୍ କିଟ୍‌କୁ RMRCକୁ ପଠାଯାଇଛି ।

ଅପରପକ୍ଷରେ ଉକ୍ତ ବ୍ୟକ୍ତିଙ୍କର RTPCR ପରୀକ୍ଷା କରାଯିବ । RTPCR ରିପୋର୍ଟ ଆସିବା ପରେ ତାଙ୍କୁ କୋଭିଡ୍ ହୋଇଛି ନା ନାହିଁ ସ୍ପଷ୍ଟ କରିବ ସ୍ଵାସ୍ଥ୍ୟ ବିଭାଗ ।ସୂଚନାଯୋଗ୍ୟ ଯେ, ଦୀର୍ଘ ୩ ବର୍ଷ ବ୍ୟବଧାନ ପରେ ଓଡ଼ିଶାକୁ ଫେରିଥିଲା କରୋନା । ଗତ ୨୨ ତାରିଖରେ ଓଡ଼ିଶାରେ ଚିହ୍ନଟ ହୋଇଥିଲେ ପ୍ରଥମ କରୋନା ଆକ୍ରାନ୍ତ । ଆକ୍ରାନ୍ତ ଜଣଙ୍କ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାପଡିଥିଲା । ସଂକ୍ରମିତ ଜଣଙ୍କ ଦିଲ୍ଲୀରୁ ଫେରିଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ଦେଶର ସ୍ଥିତିକୁ ଦେଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଅଧିକ ପଢନ୍ତୁ

kc ads