ରେଜାଙ୍ଗାଲା ସହିଦ୍ ମାଟି କଳସକୁ ଭବ୍ୟ ସ୍ଵାଗତ।

ରାୟଗଡ଼ – ରାୟଗଡ଼ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ପବିତ୍ର ରେଜାଙ୍ଗାଲା ମାଟି କଳସକୁ ରାୟଗଡ଼ ର କଲେଜ୍ ରୋଡ଼ ନିକଟସ୍ଥ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଭବ୍ୟ ସ୍ଵାଗତ କରଯାଇଛି। ଏହି ପବିତ୍ର କଳସ କୁ କାଶିପୁର ଠାରୁ ଏକ ସୁସଜ୍ଜିତ ରଥରେ ବିରାଜମାନ କରି ବାଇକ୍ ଓ କାର ରାଲି ମାଧ୍ୟମରେ ରାୟଗଡ଼ ଅଣାଯାଇଥିଲା। ତତପରେ ସଙ୍କୀର୍ତ୍ତନ ମଣ୍ଡଳୀ ସହ ସହର ପରିକ୍ରମା କରି, ସଭାସ୍ଥଳରେ ପହଞ୍ଚିଥିଲା। ଅଖିଳ ଭାରତ ଯାଦବ ମହାସଭା, ଉତ୍କଳ ଯାଦବ ମହାସଭା ର ମିଳିତ ଆନୁକୂଲ୍ୟରେ ଏହି ସହିଦ ମାଟି କଳଶକୁ ସ୍ବାଗତ କରି ସହିଦ ଙ୍କ ଭବ୍ୟ ଏବଂ ଦିବ୍ୟ ସ୍ମୃତି ଗାଥା ଗାୟନ କରଯାଇଥିଲା। ମିଶନ ଅହିର ଯାଦବ ରେଜିମେଣ୍ଟ ଗଠନ କରିବା ପାଇଁ ସମସ୍ତେ ଆହ୍ବାନ କରିଛନ୍ତି। ୧୯୬୨ ମସିହାରେ ଚେଇନା ଭାରତ ଉପରେ ଆକ୍ରମଣ କରିଥିଲା।

ଏହି ସମୟରେ ମିଶନ ଅହିର ଯାଦବ ରେଜିମେଣ୍ଟ ର ୧୨୦ ରୁ ଉର୍ଦ୍ଧ ଯାଦବ ସୈନିକ ସହିଦ୍ ହୋଇଥିଲେ। ସେହି ସ୍ମୃତି ଉଦ୍ଦେଶ୍ୟରେ ଭାରତ ସରକାରଙ୍କୁ ଅହିର୍ ଯାଦବ ରେଜିମେଣ୍ଟ ସ୍ଥାପନ ପାଇଁ ଦାବି କରାଯାଇଛି। ଏହି ସହିଦ୍ ମାଟି କଳସ ଭାରତ ପରିଭ୍ରମଣ କରି ନଭେମ୍ବର ୧୮ତାରିଖରେ ଦିଲ୍ଲୀ ରେ ପହଞ୍ଚି ଅହିର ଯାଦବ ରେଜିମେଣ୍ଟ ଗଠନ ପାଇଁ ଦାବିପତ୍ର ସରକାରଙ୍କୁ ପ୍ରଦାନ କରିବା କାର୍ଯକ୍ରମ ରହିଛି। ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ଯାଦବ ମହାସଭାର ଅମର ନାୟକ, ଗଜପତି ଜିଲ୍ଳାର ଋଷିକେଶ ଗୌଡ଼, ଅମିତ ନାୟକ, ପ୍ରମୁଖ ଉପସ୍ଥିତ ଥିଲେ।

ଅଧିକ ପଢନ୍ତୁ

kc ads