ଆଜି ବିଶ୍ୱ ପରିବେଶ ଦିବସ। ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ଏହି ଦିବସ ପାଳନ ହୁଏ। ଏହି ଦିନ ପାଳନ କରିବାର ମୁଖ୍ୟ କାରଣ ହେଉଛି ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା।ଆଜିକାଲିର ପରିସ୍ଥିତିରେ ଆମ ପରିବେଶ ଏତେ ମାତ୍ରାରେ ପ୍ରଦୂଷିତ ହୋଇଛି ଯେ ତାହାର କଳ୍ପନା କରାଯାଇ ନ ପାରେ । କିଛି ବର୍ଷ ପୂର୍ବେ ମଣିଷର ପରମାୟୁ ୧୦୦ବର୍ଷରୁ ଉର୍ଦ୍ଧ୍ବ ଥିବାବେଳେ ବର୍ତ୍ତମାନ ତାହା ୬୦ରୁ ୬୫ ବର୍ଷକୁ ଖସିଆସିଛି ।ଅହେତୁକ ଭାବେ ଜଙ୍ଗଲ ନଷ୍ଟ, ମାତ୍ରାଧିକ କଳକାରଖାନା, ବହୁଳ ପଲିଥିନିର ଉପଯୋଗ, ରାସାୟନିକ ସାମଗ୍ରୀର ବହୁଳ ବ୍ୟବହାର ଆଦି ଯୋଗୁଁ ପୃଥିବୀ ଧୀରେଧୀରେ ଯେମିତି ବିନାଶ ଆଡକୁ ଗତି କରୁଛି । ତେଣୁ ଏହି ଘୋର ସଙ୍କଟରୁ ବେଳହୁଁ ସାବଧାନ ହେବାପାଇଁ ମିଳିତ ଜାତିସଙ୍ଘ ପକ୍ଷରୁ ଜୁନ ୫ ତାରିଖକୁ ବିଶ୍ଵ ପରିବେଶ ଦିବସ ଭାବରେ ପାଳନ କରାଯାଉଛି ଯାହାର ରୂପରେଖ ପ୍ରଥମେ ୧୯୭୨ମସିହାରେ ପ୍ରସ୍ତୁତ କରାଯାଇଥିଲା । ସେହି ଦିନଠାରୁ ଜନସଚେତନତା ସୃଷ୍ଟି କରିବାପାଇଁ ପ୍ରତିବର୍ଷ ବିଶ୍ଵର ଜଣେ ଜଣେ ଦେଶ ନିଜକୁ ଆବାହକ ହିସାବରେ ପରିଗଣିତ କରି ସାରା ବିଶ୍ଵରେ ଏହାର ପ୍ରଚାର କରାଇଥାନ୍ତି । ତେବେ ଏହି ଦିବସ ସେତେବେଳ ସଫଳ ହେବ ଯେତେବେଳେ ସମସ୍ତେ ପରିବେଶର ଯତ୍ନ ନେବେ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ବୁଝିବାକୁ ପଡ଼ିବ ଯେ ପରିବେଶ ସୁସ୍ଥ ରହିଲେ ମଣିଷ ସୁସ୍ଥ ରହିବ।
