ଚଳିତ ଜୁନ୍ରେ ସରିବ ରାସନ୍ କାର୍ଡ ପାଇଁ ଇ-କେୱାଇସି ଯାଞ୍ଚ । ଏନେଇ ଗୁରୁବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଯେଉଁମାନେ E-KYC କରିନାହାନ୍ତି ସେମାନଙ୍କୁ ବାଦ୍ ଦିଆଯିବ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ୧୩ ବର୍ଷ ଧରି ନୂଆ ରାସନ କାର୍ଡ ଦିଆଯାଉନଥିଲା । ନୂଆ ସରକାର ଆସିଲା ପରେ ୧୭ ଲକ୍ଷ ଆବେଦନ ଆସିଥିଲା । ୬ ଲକ୍ଷ ରାସନ କାର୍ଡ ଦିଆଯାଇଛି । ବାକି ଆଉ ୧୫ ଲକ୍ଷ କାର୍ଡ ଆପ୍ରୁଭ ସରିଛି । କେବଳ ବ୍ଲକ ଅଫିସ ନୁହେଁ ଜନ ସେବା କେନ୍ଦ୍ରରେ ଅନ୍ଲାଇନ୍ ଆବେଦନ ହେଉଛି ।