ଓଡ଼ିଶା ରାଜ୍ୟ ପ୍ରଶାସନିକ ସେବା (ଓଏଏସ୍)ର ୧୪ ଜଣ ଅଧିକାରୀଙ୍କୁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍)କୁ ପଦୋନ୍ନତି ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କ୍ରମେ ଏହି ପଦୋନ୍ନତି ଦିଆଯାଇଥିବା ନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତୀୟ ପ୍ରଶାସନିକ ସେବା (କ୍ୟାଡର) ନିୟମାବଳୀ, ୧୯୫୪ର ନିୟମ ୫(୧) ଅନୁଯାୟୀ ଏହି ଅଧିକାରୀମାନେ ୨୦୨୫ ବର୍ଷ ପାଇଁ ‘ଓଡ଼ିଶା କ୍ୟାଡର’ର ଆଇଏଏସ୍ ଅଧିକାରୀ ଭାବେ ନିଯୁକ୍ତି ପାଇବେ।IAS ପାହ୍ୟାକୁ ପଦୋନ୍ନତି ପାଇଥିବା ଅଫିସରମାନଙ୍କ ତାଲିକା: ସୂର୍ଯ୍ୟ ନାରାୟଣ ଦାଶ , ସୁମିତା ସରକାର,ବଳମୁକୁନ୍ଦ ଭୂୟାଁ, ସୌଦାମିନୀ ସେଠୀ, ମଧୁମିତା ନାୟକ, ଜ୍ୟୋତିର୍ମୟୀ ପ୍ରଧାନ, ମଧୁମିତା ନାୟକ, ବବିତା ମହାନ୍ତି, ଅନୁଜ କୁମାର ଦାସ ପଟ୍ଟନାୟକ
, ଜ୍ୟୋତିରଞ୍ଜନ ମିଶ୍ର, ସୁରେନ୍ଦ୍ର କୁମାର ପଣ୍ଡା, ଶୁଭ୍ରା ମହାନ୍ତି, ସଂଘମିତ୍ରା ଶତପଥୀ, ହିମାଂଶୁ ଶେଖର ବେହେରା। ଏହି ପଦୋନ୍ନତି ଫଳରେ ରାଜ୍ୟରେ ପ୍ରଶାସନିକ କାର୍ଯ୍ୟଦକ୍ଷତା ଆହୁରି ସୁଦୃଢ଼ ହେବା
