ରାଜ୍ୟରେ ପ୍ରଥମ ପର୍ଯ୍ୟୟର ଯୁକ୍ତ ଦୁଇରେ ନାମଲେଖା ସାରିଥିବା ବେଳେ ଏବେ ବି ଲକ୍ଷଧିକ ସିଟ୍ ଖାଲି ପଡ଼ିଛି । ଏପଟେ ପୁଣି ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଚୟନ ଆରମ୍ଭ ହୋଇଛି । ଯୁକ୍ତ ୨ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଚୟନ ପ୍ରକ୍ରିୟାରେ ମୋଟ ୬୫,୩୯୨ ଜଣ ଆବେଦନକାରୀଙ୍କୁ ବିଚାରକୁ ନିଆଯାଇଥିବା ବେଳେ ୪୯,୭୭୮ ଜଣ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି । ଏଥିରେ ପ୍ରଥମ ପର୍ଯ୍ୟାୟରେ ଆବେଦନ କରିନଥିବା ୩୩,୩୫୦ ଜଣ ନୂଆ ଆବେଦନକାରୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୭,୬୫୧ ଜଣଙ୍କୁ ଚୟନ କରାଯାଇଛି ।ରାଜ୍ୟରେ ନୂଆ ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଶେଷ ହୋଇଛି । ବିଭିନ୍ନ କଲେଜରେ ସିଟ୍ ଖାଲି ପଡ଼ିବା କାରଣରୁ ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ପକ୍ରିୟା ଆରମ୍ଭ ହୋଇଛି । ଯୁକ୍ତ ଦୁଇଠାରୁ ଆରମ୍ଭ କରି ପିଜି ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି ଛାତ୍ରଛାତ୍ରୀ ।
