କେଦାରନାଥ ଦର୍ଶନ ପାଇଁ ଯାଉଥିବାବେଳେ ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ହେଲା ଏମର୍ଜେନ୍ସ ଲ୍ୟାଣ୍ଡିଂ । ଏହି ସମୟରେ ହେଲିକପ୍ଟରରେ ୫ ଜଣ ଯାତ୍ରୀ ବସିଥିଲେ । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।
ଦୁର୍ଘଟଣାରେ ହେଲିକପ୍ଟରର ପଛ ଭାଗ କ୍ଷତିଗ୍ରସ୍ତ ହୋଇଛି ଏବଂ ଧକ୍କା ଯୋଗୁଁ ରାଜପଥରେ ଛିଡା ହୋଇଥିବା ଏକ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଘଟଣା ଜଣାପଡିବା ମାତ୍ରେ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ କରି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟକୁ ରିପୋର୍ଟ କରିଛନ୍ତି । ସୂଚନା ପାଇବା ମାତ୍ରେ ପୋଲିସ ଦଳ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରିବା ସହିତ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇଥିଲେ । ଅବତରଣ ସମୟରେ ସହ- ପାଇଲଟଙ୍କୁ ସାମାନ୍ୟ ଆଘାତ ଲାଗିଥିବା କୌଣସି ଏକ ସୂତ୍ରରୁ ପ୍ରକାଶ ପାଇଛି ।ଚାରିଧାମ ଯାତ୍ରା ଆରମ୍ଭ ହେବା ପରଠାରୁ ଏହା ଚତୁର୍ଥ ହେଲିକପ୍ଟର ଦୁର୍ଘଟଣା ।