ରଥ ଉପକରଣ ବିକ୍ରି ପାଇଁ ଘୋଷଣା ହେଲା ଦର ।

ରଥ ଉପକରଣ ବିକ୍ରି ପାଇଁ ଘୋଷଣା ହେଲା ଦର । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ଏସଓପି ଜାରି କରାଯାଇଛି । ଏହିସହିତ ଚଳିତ ବର୍ଷ ନୂଆ ଦର ମଧ୍ୟ ଧାର୍ଯ୍ୟ କରାଯାଇଛି । ବଡ଼ ଠାକୁରଙ୍କ ତାଳଧ୍ଵଜ ରଥର ଚକ ପିଛା ଦାମ୍ ୨ ଲକ୍ଷ ଟଙ୍କା, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚକ ପିଛା ଦାମ୍ ଦେଢ଼ ଲକ୍ଷ ଟଙ୍କା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକ ଦାମ୍ ୩ ଲକ୍ଷ ଟଙ୍କା ରଖାଯାଇଛି ।

ସେହିପରି ଗୁଜ ଓ ଅଂଶୁଆରୀ ଗୋଟା ପିଛା ଦାମ୍ ୧୫ ହଜାର ଟଙ୍କା ରହିଛି । ପ୍ରଭା ପିଛ ଦାମ୍ ୨୫ ହଜାର ଟଙ୍କା ରହିଛି । ତେବେ ପ୍ରତ୍ୟେକ ରଥର ଗୋଟାଏ ଲେଖାଏଁ ଚକ କିଣିଲେ ଦାମ୍ ୬ ଲକ୍ଷ ଟଙ୍କା ସ୍ଥିର କରାଯାଇଛି । କୌଣସି ରଥ ଉପକରଣ କିଣିବା ପାଇଁ ଆଗ୍ରହୀ ଥିବା ବ୍ୟକ୍ତିଙ୍କୁ ପ୍ରଥମେ ମନ୍ଦିର ପ୍ରଶାସନ ନିକଟରେ ଆବେଦନ କରିବାକୁ ହେବ । ରଥ ଉପକରଣ କିଣିବା ନିମନ୍ତେ ଆଲର୍ଟ ହେବା ପରେ ଆବେଦନକାରୀ ସପ୍ତାହେ ମଧ୍ୟରେ ଅର୍ଥରାଶି ଜମା କରିବେ । ସେପ୍ଟେମ୍ବର ୧୫ ଶେଷ ତାରିଖ ରହିଛି ।

ଅଧିକ ପଢନ୍ତୁ

kc ads