ହସ୍ପିଟାଲରେ ପ୍ରାଣ ହାରିଲେ ଅତିରିକ୍ତ ଏସପି

ଛତିଶଗଡ଼ର ସୁକମା ଜିଲ୍ଲାର କୋଣ୍ଟା ଅଞ୍ଚଳରେ ଆଇଡି ବିସ୍ଫୋରଣ । ଆଡିଶନାଲ ଏସପି ସହିଦ୍। ଅନେକ ପୋଲିସ ଗୁରୁତର ହୋୌଇ ହସ୍ପିଟାଲରେ ଭର୍ତ୍ତି। ଅତିରିକ୍ତ ଏସପି ଆକାଶ ରାଓ ଗିରପୁଞ୍ଜେଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଆକାଶ ରାଓ ଗିରପୁଞ୍ଜେଙ୍କ ସହିଦ ହେବା ପରେ ସମଗ୍ର ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି । ବିସ୍ଫୋରଣରେ କୋଣ୍ଟା ପୋଲିସ ଷ୍ଟେସନ ଇନଚାର୍ଜ (ଟିଆଇ) ଓ ଏସଡିପିଓ ମଧ୍ୟ ଆହତ ହୋଇଛନ୍ତି । ଏବେ ସେମାନଙ୍କ ଚିକିତ୍ସା ଚାଲିଛି। ପୋଲିସ ଦଳ ପାଟ୍ରୋଲିଂରେ ବାହାରିବା ବେଳେ କୋଣ୍ଟା ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଘଟଣା ଘଟିଛି।

ଅଧିକ ପଢନ୍ତୁ

kc ads