ସ୍ତ୍ରୀକୁ ଗଳାକାଟି ହତ୍ୟା କଲା ପିଶାଚ ସ୍ବାମୀ

ଗଜପତି ଜିଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗାଁର ଜଣେ ମହିଳାଙ୍କ ଗଳାକାଟି ହତ୍ୟା କରିଛି ସ୍ବାମୀ। ମୃତ ମହିଳା ଜଣଙ୍କ ହେଲେ ମୋନିକା ପାଇକ। ଘଟଣାସ୍ଥଳରୁ ସ୍ବାମୀ ନରେନ୍ଦ୍ର ପାଇକ ଫେରାର ହୋଇଯାଇଥିବା ବେଳେ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୋନିକାଙ୍କ ମୃତଦେହ ଘରେ ପଡ଼ିରହିଛି। ସୂଚନାମୁତାବକ ଗତ ୫ ବର୍ଷ ତଳେ ମୋନିକା କେରଡ଼ାଗଡ଼ର ନରେନ୍ଦ୍ରଙ୍କୁ ବିବାହ କରିଥିଲେ । ଉଭୟେ ଶ୍ବଶୁର ଘରେ ଗାଇବା ଗ୍ରାମରେ ରହୁଥିଲେ ।

ସ୍ବାମୀ ନରେନ୍ଦ୍ର ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଗତ କିଛିଦିନ ହେଲା ଗାଁକୁ ଆସିଥିଲେ । ତାଙ୍କର ୩ ବର୍ଷର ଗୋଟିଏ ଝିଅ ଥିବା ବେଳେ ସ୍ତ୍ରୀ ଛୁଆକୁ ନେଇ ନିଜ ଗାଁ କେରେଡାଙ୍ଗକୁ ଯାଇଥିଲେ ସ୍ବାମୀ । ସେଠାରେ ପରକୀୟା ପ୍ରୀତିକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ଲାଗି ରହୁଥିଲା। ପରେ ଆଜି ସକାଳୁ ପ୍ରାୟ ୩ଟା ସମୟରେ ସ୍ତ୍ରୀକୁ ଏଭଳି ହତ୍ୟା କରିଥିବା ଜଣାପଡ଼ିଛି |ଘଟଣାସ୍ଥଳରେ ସେରଙ୍ଗ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଧିକ ପଢନ୍ତୁ

Odisha Darpan Digital