ରଥଯାତ୍ରାରେ ଅଂଶୁଘାତ ମୁକାବିଲା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ।ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ORS କର୍ଣ୍ଣର୍

ରଥଯାତ୍ରାରେ ହିଟ୍ ଷ୍ଟ୍ରୋକ ବା ଅଂଶୁଘାତ ମୁକାବିଲା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସବୁ CHC ଓ PHC ରେ ହିଟ୍ ଷ୍ଟ୍ରୋକ୍ ପାଇଁ FAC ବ୍ୟବସ୍ଥା କରାଯାଇଛି । ଯେଉଁ ସ୍ଥାନରେ AC ନାହିଁ ସେଠାରେ କୁଲର୍ ବ୍ୟବସ୍ଥା କରାଯାଇଛି । ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ORS କର୍ଣ୍ଣର୍ କରାଯାଇଛି । ପୁରୀ ମୁଖ୍ୟ ଚିକିତ୍ସାଳୟରେ ୬ ବେଡେଡ୍ ,ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ୬ ବେଡେଡ,ଜଗନ୍ନାଥ ବଲ୍ଲଭ ପାର୍କିଂରେ ୧୦ ବେଡେଡ୍, ଅବକାଶ ପୋଲିସ ହଲିଡେ ଠାରେ ୬ ବେଡେଡ୍, ଉତ୍ତର ଦ୍ଵାରରେ ହାଇଟେକ୍ ତରଫରୁ ୨୫ ବେଡେଡ୍ ହିଟ୍ ଷ୍ଟ୍ରୋକ୍ ପାଇଁ ବ୍ୟବସ୍ଥା କରାଯାଇଛି ।

ଅଧିକ ପଢନ୍ତୁ

kc ads