ପାଖେଇ ଆସୁଛି ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ପୁରୀ। ଏହି ପର୍ବରେ ସାମିଲ ହେବାକୁ କାହିଁ ଦେଶ-ବିଦେଶରୁ ଲୋକେ ପୁରୀ ଧାଇଁ ଆସନ୍ତି। ଏଥିପାଇଁ ସରକାର ଉତ୍ତମ ବ୍ୟବସ୍ଥା କରିଛନ୍ତି। ସୂଚନା ମୁତାବକ, ରଥଯାତ୍ରାରେ ୩୬୫ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ ।
ଏଥିସହ ରଥଯାତ୍ରାରେ ୩୦୦ରୁ ଅଧିକ ଡାକ୍ତର ନିୟୋଜିତ ହେବେ। ଏଆଇ କ୍ୟାମେରାରେ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରାଯିବ। ଅଂଶୁଘାତ ମୁକାବିଲା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ।ମନ୍ତ୍ରୀ କହିଛନ୍ତି ଯେ, ରଥଯାତ୍ରା ସମୟରେ ପୁରୀକୁ ଚଳାଚଳ ପାଇଁ ୨୫୦ଟି ସ୍ୱତନ୍ତ୍ର ବସ୍କୁ ପରମିଟ୍ ଦିଆଯିବ। ବସ୍ ଭଡ଼ାର ରେଟ୍ ଚାର୍ଟ ମଧ୍ୟ ପ୍ରଦର୍ଶିତ ହେବ।