କାଳବୈଶାଖୀ ପ୍ରଭାବରେ ଭଦ୍ରକ ଜିଲ୍ଲାରେ କିଛି ସମୟ ପାଇଁ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ମାରିଥିଲା । ଏହି ବଜ୍ରାଘାତ ରେ ଭଦ୍ରକ ବ୍ଲକ ଅଧିନସ୍ଥ ହରିପୁର ଗାଁ ରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ କ୍ଷତିଗ୍ରସ୍ତ ହୋଇଛି । ଏହି ମନ୍ଦିରରେ ଉପର ଭାଗରେ ଥିବା ଦଧିନଉତିର କିଛି ଅଂଶ ଭାଙ୍ଗି ଯାଇ ତଳେ ପଡିଛି । ସେହିପରି ଏହି ଜଗନ୍ନାଥ ମନ୍ଦିରକୁ ଲାଗି ଶିବ ମନ୍ଦିରରେ ମଧ୍ୟ ବଜ୍ରାଘାତ ହୋଇଛି । ଏହି ମନ୍ଦିରରେ ଥିବା ଗର୍ଭ ଭାଗରେ ବଜ୍ରାଘାତ ହୋଇଥିଲା । ଏହି ବଜ୍ରାଘାତ ଯୋଗୁଁ ମନ୍ଦିରରେ ଗର୍ଭ ଭାଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।ଜଗନ୍ନାଥ ମନ୍ଦିରରେ ଭିତରେ କାନ୍ଥ ମଧ୍ୟ ଫାଟି ଭଗ୍ନାଂଶ ତଳେ ପଡିଛି । ତିନି ଥର ଲଗାତର ବଜ୍ରପାତ ହେବାରୁ ମନ୍ଦିରରେ କ୍ଷତିଗ୍ରସ୍ତ ହୋଇଛି ବୋଲି କହିଛନ୍ତି ଗାଁ ଲୋକେ ।
