ଓଡ଼ିଆରେ ଶିକ୍ଷାଦାନ ପାଇଁ ଇଗ୍ନୋଉ ସହ ବୁଝାମଣା କରିଛି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ। ଏଥିପାଇଁ ୨ ବର୍ଷ ମଧ୍ୟରେ ଉଚ୍ଚ ଶିକ୍ଷା ବିଭାଗ ଖର୍ଚ୍ଚ କରିବ ୨ କୋଟି ୪୫ ଲକ୍ଷ ଟଙ୍କା। ଯେଉଁଥିରେ ପାଖାପାଖି ୫୦୦ ରୁ ଅଧିକ କୋର୍ସର ଲାଭ ପାଇବେ ଛାତ୍ରଛାତ୍ରୀ।ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ(IGNOU)ର ସ୍ନାତକ, ସ୍ନାତକୋତ୍ତର ପାଠ୍ୟକ୍ରମ ସହିତ ସ୍ନାତକୋତ୍ତର ଡିପ୍ଲୋମା, ଡିପ୍ଲୋମା ଓ ସାର୍ଟିଫିକେଟ ପାଠ୍ୟକ୍ରମ, ସ୍ନାତକ (ଭୋକେସ୍ ନାଲ୍ ଷ୍ଟଡ଼ିଜ), ଟ୍ରାଭେଲ ଓ ଟୁରିଜିମ୍ ମ୍ୟାନେଜମେଣ୍ଟ, ବିବିଏ, ଏମବିଏ ଆଦି ବିଭିନ୍ନ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରଦାନ କରାଯିବ । ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ଉଚ୍ଚଶିକ୍ଷା ଲାଭ କରିପାରିବେ । ତେବେ IGNOU ଅଧୀନରେ ଥିବା ସମସ୍ତ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ସହ ପିଲାଙ୍କୁ ପାଠ୍ୟ ପୁସ୍ତକ ଏବଂ ଡିଜିଟାଲ ପ୍ରିଣ୍ଟ ଯୋଗାଇଦେବ ଇଗ୍ନୋଉ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ସରିବ ଏହି ପ୍ରକ୍ରିୟା। IGNOU ଅଧୀନରେ ଥିବା ୫୦ ରୁ ଅଧିକ ପାଠ୍ୟକ୍ରମ ଉଭୟ ସାର୍ଟିଫିକେଟ ଓ ଡିପ୍ଲୋମା କୋର୍ସକୁ ଓଡ଼ିଆରେ ଅନୁବାଦ କରାଯିବ।
୪ ଶହରୁ ଅଧିକ ୟୂଜି ଏବଂ ୨୦୦ ପିଜି କୋର୍ସର ଲାଭ ପାଇବେ ଛାତ୍ରଛାତ୍ରୀ। ଏଥିପାଇଁ ୨ କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।ଏନେଇ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, “୪ ଶହରୁ ଅଧିକ ୟୂଜି ଏବଂ ୨୦୦ ପିଜି କୋର୍ସର ଛାତ୍ରଛାତ୍ରୀ ଏହାର ଲାଭ ପାଇବେ. ଏହା ସହିତ ମଧ୍ୟ ଡିପ୍ଲୋମାରେ ଥିବା ଅଧିକାଂଶ କୋର୍ସ ମଧ୍ୟ ଓଡ଼ିଆରେ ଅନୁବାଦ କରାଯିବ। ଦୁଇ ବର୍ଷ ପାଇଁ ଏହି ପ୍ରକଳ୍ପର ମୂଲ୍ୟ ଧର୍ଯ୍ୟ କରାଯାଇଛି। ଉଚ୍ଚ ଶିକ୍ଷାକୁ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ କରାଇବା ପାଇଁ ଓ ଉଚ୍ଚ ଶିକ୍ଷାକୁ ସରଳ କରିବା ପାଇଁ ଏହା ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଟେ।