କୋରାପୁଟ ଜିଲା ଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ମନରେଗା ଟଙ୍କା ରିଲିଜ କରିବାକୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ଦ୍ୱାରା ଧରା ପଡିଛନ୍ତି। ଲମତାପୁଟସ୍ଥିତ ସରକାରୀ କ୍ୱାଟର୍ସଠାରେ ଏହି ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ତାଙ୍କୁ ଭିଜିଲାନ୍ସ ଟିମ୍ କାବୁ କରି ନେଇଥିଲେ। ଜୟପୁର ଭିଜିଲାନ୍ସର ଡିଏସପି ୩ ଜଣ ଏବଂ ଦୁଇ ଜଣ ଇନ୍ସପେକ୍ଟର ମିଳିତ ଚଢାଉ କରି ସମ୍ପୃକ୍ତ ଜେଇଙ୍କୁ ଅଟକ ରଖି ପଚାର ଉଚରା ଜାରି ରଖିଛନ୍ତି ।
ଜେଇଙ୍କ ସେମିଳିଗୁଡା, ଭୁବନେଶ୍ବର ସ୍ଥିତ ଘରେ ମଧ୍ୟ ଏକକାଳୀନ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି l ସମ୍ପୃକ୍ତ ଜେଇ ଲମତାପୁଟ ବ୍ଲକରେ ଦୁଇ ବର୍ଷ ହେବ କାର୍ଯ୍ୟରତ ଥିଲେ ବହୁ ଦୁର୍ନୀତିରେ ଲିପ୍ତ ଥିବା ନେଇ ଭିଜିଲାନ୍ସ ନିକଟରେ ଖବର ଥିବାରୁ ଦୀର୍ଘ ଦିନ ଭିଜିଲାନ୍ସ ସ୍କାନରରେ ରହିଥିଲେ ଲ ତେବେ ଜଣେ ଗ୍ରାମ ସାଥୀଙ୍କଠାରୁ ଏହି ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ଗିରଫ ହୋଇଛନ୍ତି।