ନାଣ୍ଡୁ ବାବୁଙ୍କ ପିଛା ଛାଡ଼ୁନି ବିବାଦ। ସୋମବାର ପୁଣି ଯାତ୍ରା କଳାକାର ପୂଜା ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ବ୍ୟକ୍ତିଗତ ଭାବେ ଶୋଷଣ କରାଯାଉଥିବା ଅଭିଯୋଗ ଆଣି ଯାତ୍ରା ଅଭିନେତ୍ରୀ ପୂଜା ଲିଙ୍ଗରାଜ ଥାନାରେ ନାଣ୍ଡୁବାବୁଙ୍କ ବିରୋଧରେ ଏତଲା ଦେଇଛନ୍ତି । ଜୀବନ ପ୍ରତି ବିପଦ ଦର୍ଶାଇ ସେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ଯାତ୍ରାରେ ସୁଯୋଗ ଦେବାକୁ କହି ନାଣ୍ଡୁ ଶାରିରୀକ ସମ୍ପର୍କ କରିବାକୁ ବାଧ୍ୟ କରୁଥିବା FIRରେ ଉଲ୍ଲେଖ କରିଛନ୍ତି ପୂଜା । ପୂର୍ବରୁ ଯାତ୍ରା ଅଭିନେତା ନରି ପଣ୍ଡା ଓ ମାମୁନି ଷଡ଼ଙ୍ଗୀ ନାଣ୍ଡୁଙ୍କ ବିରୋଧରେ ଥାନାରେ ଅଭିଯୋଗ ଆଣିଥିଲେ ।ଏପଟେ ପୂଜାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ। ସେ କହିଛନ୍ତି ପୂଜା ହେଉଛନ୍ତି ଜଣେ ଫ୍ରଡ। ସେ ଏମିତି ବିଭିନ୍ନ ସ୍ଥାନରେ ଫ୍ରଡ କରିଛନ୍ତି। ସେତେବେଳେ ପୂଜା ଦେଇଥିବା ମୋବାଇଲ ନମ୍ବର ଲାଗି ନଥିଲା ବାରମ୍ବାର ଟଙ୍କା ଫେରାଇ ବାକୁ କହିବା ପରେ ମଧ୍ୟ ପୂଜା ଟଙ୍କା ଫେରାଇ ନଥିଲେ ସେଥିପାଇଁ ସେ କୋର୍ଟର ଦ୍ବାରସ୍ଥ ହୋଇଥିଲେ।
ପୂଜା ଗୋଟେ ବର୍ଷ ହେବ କୁଆଡେ ଯାଇଥିଲେ ? ବର୍ଷେ ପରେ ଟଙ୍କା ଫେରାଇବାକୁ ପଡ଼ିବ ବୋଲି ସେ ମିଡ଼ିଆ ଓ ଥାନା ରେ ମିଛ ଅଭିଯୋଗ ଆଣିଛନ୍ତି। କୌଣସି ଖାଲି କାଗଜରେ ଦସ୍ତଖତ କରାଯାଇନି ସମସ୍ତ ତଥ୍ୟ ମୋ ପାଖରେ ଅଛି। ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବି। ମୁଁ ଆଇନକୁ ସମ୍ମାନ ଦିଏ।