ପ୍ରତ୍ୟେକ ସୋମବାର ନନ୍ଦନକାନନ ବନ୍ଦ ରହୁଥିବା ବେଳେ ଆସନ୍ତା ସୋମବାର ୧୬ ତାରିଖ ନନ୍ଦନକାନନ ଖୋଲା ରହିବ। ଏନେଇ ନନ୍ଦନକାନନ ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।ତେବେ ସୋମବାର ପରିବର୍ତ୍ତେ ମଙ୍ଗଳବାର ଅର୍ଥାତ୍ ୧୭ ତାରିଖ ଦିନ ଉଭୟ ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନ ବନ୍ଦ ରହିବ। କାରଣ ଓଡ଼ିଶାର ଗଣପର୍ବ ରଜ ୧୪ ତାରିଖ ଠାରୁ ଆରମ୍ଭ ହେଉଛି । ୧୬ ତାରିଖ ସୋମବାର ଶେଷ ରଜ ଓ ରଜ ସଂକ୍ରାନ୍ତି। ରଜ ୩ ଦିନ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶତାଧିକ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ।
