ଅହମ୍ମଦାବାଦ ବିମାନ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟାନାୟକ।

ଅହମ୍ମଦାବାଦ ବିମାନ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟାନାୟକ। ଏଥିସହ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ନବୀନ ‘ଏକ୍ସ’ରେ ଲେଖିଛନ୍ତି, ‘‘ଅହମ୍ମଦାବାଦ-ଲଣ୍ଡନ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଖବର ଶୁଣି ଗଭୀର ମର୍ମାହତ, ଯେଉଁଥିରେ ଶତାଧିକ ଲୋକ ଯାତ୍ରା କରୁଥିଲେ। ଏହି ଦୁଃଖଦ ଘଟଣାରେ ଗଭୀର ଭାବରେ ପ୍ରଭାବିତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଏବଂ ପ୍ରାର୍ଥନା।’’ ସୂଚନାମୁତାବକ ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଦୁର୍ଘଟଣାସ୍ଥଳରୁ ଆକାଶରେ ଘନ କଳା ଧୂଆଁ ଉଡ଼ୁଥିବା ଦେଖାଯାଇଥିଲା, ଯାହା ଫଳରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଏୟାର ଇଣ୍ଡିଆର ବିମାନ AI-171 ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିବାକୁ ଯାଉଥିଲା। ୨୪୨ ଜଣ ଯାତ୍ରୀ ଏଥିରେ ଥିଲେ

ଅଧିକ ପଢନ୍ତୁ

kc ads