ଆଜି ବିଶ୍ବ ପାଳୁଛି ରକ୍ତଦାତା ଦିବସ ।

ବିଶ୍ୱ ରକ୍ତଦାତା ଦିବସ’ ସାରା ବିଶ୍ୱରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ରକ୍ତ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା।ମନୁଷ୍ୟ ଶରୀରରେ ରକ୍ତର ଆବଶ୍ୟକତା କେତେ ରହିଛି ତାହା କହିବା ଅନାବଶ୍ୟକ। ବିଶେଷଭାବରେ ଗୁରୁତର ଦୁର୍ଘଟଣାର ଶିକାର ହୋଇଥିବା କିମ୍ବା ଅପରେଶନ ସମୟ ବ୍ୟତୀତ ଆହୁରି କେତେକ ସ୍ଥଳରେ ଆକ୍ରାନ୍ତ ବ୍ୟକ୍ତି ପାଇଁ ରକ୍ତର ଆବଶ୍ୟକତା ପଡ଼ିଥାଏ। ବ୍ଲଡ ଗ୍ରୁପ୍‌ ଅନୁସାରେ ଯୋଗାଡ କରାଯାଇଥିବା ରକ୍ତ ତାଙ୍କୁ ଯୋଗାଇ ଦିଆଯାଏ।

ରକ୍ତଦାନ ପାଇଁ ଅନେକ ବ୍ୟକ୍ତି ସ୍ବତଃ ଆଗେଇ ଆସିଥାଆନ୍ତି। ତେଣୁ ରକ୍ତର ମୂଲ୍ୟ କେତେ ଆମେ ତାହା ଜାଣିବା ନିହାତି ଦରକାର। ଏ ନେଇ ଜନସାଧାରଣଙ୍କୁ ସଚେତନ କରାଇବା ଲାଗି ପ୍ରତିବର୍ଷ ଜୁନ୍‌ ୧୪ରେ ପାଳିତ ହୋଇଥାଏ ‘ବିଶ୍ୱ ରକ୍ତଦାତା ଦିବସ’। ପ୍ରତିବର୍ଷ ଲକ୍ଷ ଲକ୍ଷ କୋଟି ଲୋକ ଏହି ଅଭାବକୁ ଦୂର କରିବା ପାଇଁ ରକ୍ତ ଦାନ କରନ୍ତି, ଯାହା ଏକ ଅଭାବୀ ଲୋକର ଜୀବନ ବଞ୍ଚାଇବା ପାଇଁ ବ୍ୟବହୃତ ହୁଏ। ସେଥିପାଇଁ ମଧ୍ୟ ଏହି ଦିନକୁ ‘ରକ୍ତଦାତା ଦିବସ’ କୁହାଯାଏ।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨୦୦୪ ମସିହାରେ ‘ରକ୍ତଦାତା ଦିବସ’ ପାଳନ କରିବା ଆରମ୍ଭ କରିଥିଲା। ସେବେଠାରୁ ପ୍ରତିବର୍ଷ ଏହି ଦିନ ୧୪ ଜୁନ୍‌ରେ ପାଳନ ହେବା ଆରମ୍ଭ ହେଲା । ଏହା ପଛରେ ଏକ ବିଶେଷ କାରଣ ମଧ୍ୟ ଅଛି। ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିଇନର୍ ବ୍ଲଡ୍ ଗ୍ରୁପ୍ ସିଷ୍ଟମ୍‌ର ଆବିଷ୍କାର କରିଥିଲେ।ତାଙ୍କର ଅବଦାନ ପାଇଁ ୧୯୩୦ ମସିହାରେ କାର୍ଲ ଲ୍ୟାଣ୍ଡଷ୍ଟିଇନର୍‌ଙ୍କୁ ନୋବେଲ ପୁରସ୍କାର ମଧ୍ୟ ଦିଆଯାଇଥିଲା। ‘ରକ୍ତଦାତା ଦିବସ’ ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିଇନର୍‌ଙ୍କ ପାଇଁ ଉତ୍ସର୍ଗୀକୃତ, ଯାହାଙ୍କ ଜନ୍ମଦିନ ୧୪ ଜୁନ୍।

ଅଧିକ ପଢନ୍ତୁ

Odisha Darpan Digital