ପୁଣି ଏୟାର ଇଣ୍ଡିଆ ବିମାନରେ ତ୍ରୁଟି । ଯାତ୍ରୀ ଭୟଭୀତ

ପୁଣି ଏୟାର ଇଣ୍ଡିଆ ବିମାନରେ ତ୍ରୁଟି । କୋଲକାତାରେ ଜରୁରୀ ଅବତରଣ କଲା ଆମେରିକାରୁ ଆସିଥିବା ବିମାନ । ଆମେରିକା କାର୍ଲିଫର୍ଣ୍ଣିଆର ସାନ୍‌-ଫ୍ରାନ୍ସିକୋରୁ ମୁମ୍ବାଇ ଯାଉଥିବା ଏହି ବିମାନ କୋଲକାତା ବିମାନବନ୍ଦରରେ ଅବତରଣ କରିଛି । ଏୟାରଇଣ୍ଡିଆର ବିମାନ ଏଆଇ ୧୮୦ ସୋମବାର ରାତି ୧୨ ଟା ୪୫ ମିନିଟ ସମୟରେ କୋଲକାତାରେ ଅବତରଣ କରିଥିଲା । ପରେ ଇଞ୍ଜିନରେ ତ୍ରୁଟି ଯୋଗୁ ବିମାନ ସେଠାରୁ ମୁମ୍ବାଇକୁ ଉଡାଣ ଭରିବାରେ ବିଳମ୍ବ ହୋଇଥିଲା । ପରେ ଭୋର ୫ଟା ୨୦ ମିନିଟ ସମୟରେ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଯିବାକୁ କୁହାଯାଇଥିଲା । ବିମାନର ସୁରକ୍ଷା ଦୃଷ୍ଟିରୁ ଯାତ୍ରୀଙ୍କୁ ଓହ୍ଲାଇଯିବାକୁ ପାଇଲଟ ଅନୁରୋଧ କରିଥିଲେ । ଅନ୍ୟପଟେ, ସୋମବାର ଦିନ, ହଂକଂରୁ ନୂଆଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବୋଇଂ 787-8 ଡ୍ରିମଲାଇନର ବିମାନକୁ ଯାନ୍ତ୍ରିକ ତ୍ରୁଟି ସନ୍ଦେହ ଯୋଗୁଁ ହଂକଂ ଫେରିବାକୁ ପଡିଥିଲା। ଉଡ଼ାଣଟି 22,000 ଫୁଟ ଉଚ୍ଚତାକୁ ଉଡ଼ିଥିଲା, କିନ୍ତୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ପାଇଲଟ୍ ଅପରାହ୍ନ ୧:୧୫ରେ ବିମାନଟିକୁ ହଂକଂରେ ସୁରକ୍ଷିତ ଭାବରେ ଅବତରଣ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ତ୍ରୁଟିର କାରଣ ଜଣାପଡିନାହିଁ । ଯାହା ଦ୍ବାରା ଏହି ବିମାନର ତଦନ୍ତ କରାଯାଉଛି ।

ଅଧିକ ପଢନ୍ତୁ

kc ads