କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ପୁରୀ ସୋମବାର କହିଛନ୍ତି ଯେ ଆଣ୍ଡାମାନ ସାଗରରେ ଏକ ବିଶାଳ ଅଶୋଧିତ ତୈଳ ଏବଂ ଗ୍ୟାସ ଭଣ୍ଡାର ମିଳିଛି। ଭାରତ ଆଣ୍ଡାମାନ ସାଗରରେ ପ୍ରାୟ ଦୁଇ ଲକ୍ଷ କୋଟି ଲିଟର ଅଶୋଧିତ ତୈଳ ଭଣ୍ଡାର ପାଇପାରିବ।ମନ୍ତ୍ରୀ କହିଛନ୍ତି ଯେ ଆଣ୍ଡାମାନ ସାଗରରେ ୧୮୪,୪୪୦ କୋଟିର ଅଶୋଧିତ ତୈଳ ମିଳିପାରେ ବୋଲି ଆକଳନ କରାଯାଇଛି। ଯଦି ଆକଳନ ସତ ହେଲା ତେବେ ଭାରତର GDP ପ୍ରାୟ ୫ ଗୁଣ ବଢିଯିବ। ଅଶୋଧିତ ତୈଳ ଏବଂ ଗ୍ୟାସର ଏହି ବିଶାଳ ଭଣ୍ଡାରକୁ ସରକାର ଖୋଳି ବାହାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହା ମିଳିବା ପରେ ଆମର ଶକ୍ତି ଆବଶ୍ୟକତା ଏକାଥରକେ ପୂରଣ ହୋଇଯିବ ବୋଲି ମନ୍ତ୍ରୀ କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ସରକାର ଶକ୍ତି କ୍ଷେତ୍ରରେ ନିରନ୍ତର ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା କରୁଛନ୍ତି। ଆଣ୍ଡାମାନରେ ତୈଳ ଆବିଷ୍କାର ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଯଦି ଏହି ପ୍ରୟାସ ସଫଳ ହୁଏ ତେବେ ଭାରତ ଶକ୍ତି କ୍ଷେତ୍ରରେ ଏକ ନୂତନ ପରିଚୟ ପାଇବ।
ଯାହା ଫଳରେ ଆମର ଶକ୍ତି ଆବଶ୍ୟକତା ଏକା ଥରକେ ପୂରଣ ହେବ ବୋଲି ବିଶ୍ୱାସ କରାଯାଉଛି। ଯଦି ଆଣ୍ଡାମାନରେ ସନ୍ଧାନ ସଫଳ ହୁଏ, ତେବେ ଭାରତ ତୈଳ ଆମଦାନୀକୁ ବହୁ ପରିମାଣରେ ହ୍ରାସ କରିପାରିବ ଏବଂ ଏହାର ଆର୍ଥିକ ସ୍ଥିତିକୁ ମଜବୁତ କରିପାରିବ।