ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ପରିବାରର ୩ଜଣଙ୍କୁ ମାରିଦେଲେ ମାଓବାଦୀ

ମାଲକାନଗିରି ସୀମାନ୍ତରେ ପୁଣି ନକ୍ସଲ ହିଂସା । ମଙ୍ଗଳବାର ଆତ୍ମସମର୍ପଣ କରିଥିବା ମାଓ ନେତାଙ୍କ ପରିବାରର ୩ ଜଣକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ଛତିଶଗଡ଼ ବିଜାପୁର ଜିଲ୍ଲା ପେଦ୍ଦାକୋରାମ୍ ଗାଁର ଜଣେ ଛାତ୍ର ସହ ୩ ଜଣକୁ ହତ୍ୟା କରି ଫେରାର ହୋଇଯାଇଛନ୍ତି ନକ୍ସଲ । ମୃତକ ହେଉଛନ୍ତି ଝିଣ୍ଡୁ ମୋଡିୟମ, ସୋମା ମୋଡିୟମ ଏବଂ ଅନିଲ ମାଣ୍ଡବି । ସୂଚନା ଥାଉକି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ପରେ ଅନେକ ମିଲିସିଆ ଓ ମାଓବାଦୀ ସଂଗଠନ ସଦସ୍ୟ ମାନେ ଆତ୍ମସମର୍ପଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ କିଛି ମାଓବାଦୀ ଆତ୍ମସମର୍ପଣ କରିଥିଲେ । ତେବେ କିଛି ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ଟାର୍ଗେଟ କରିଥିଲେ ମାଓବାଦୀ । ଯାହାକୁ ନେଇ ସେମାନେ ରକ୍ତମୁଖା ହୋଇ ଗୋଟିଏ ପରେ ଗୋଟିଏ ଅଘଟଣ କରିଚାଲିଛନ୍ତି । ଖବର ପାଇ ପୁଲିସ ଏବଂ ଯବାନ ଗାଁକୁ ଘେରିବା ସହ ଅପରେସନକୁ ଜୋରଦାର କରାଯାଉଛି ।

ଅଧିକ ପଢନ୍ତୁ

kc ads