ସମ୍ବଲପୁରରେ ମାଆ ସମଲେଇଙ୍କ ମନ୍ଦିର ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ସ୍ବତନ୍ତ୍ର ଆପ୍ । ଏଚଡିଏଫସି ବ୍ୟାଙ୍କ ସହାୟତାରେ ଏହି ଆପ୍ ତିଆରି ଚାଲିଛି । ଦୂର ଦୂରାନ୍ତରୁ ଆସୁଥିବା ଭକ୍ତ ଆପରେ ପୂର୍ବରୁ ଧାଡ଼ି ଦର୍ଶନ, ଭୋଗ ଓ ଯାତ୍ରୀ ନିବାସ ପାଇଁ ବୁକିଂ କରି ପାରିବେ । କ୍ୟୁଆର ମାଧ୍ୟମରେ ମନ୍ଦିରକୁ ଭକ୍ତ ଅର୍ଥଦାନ କରିବା ମଧ୍ୟ ସହଜ ହେବ । ଏଥିପାଇଁ ମଧ୍ୟ ଏଚଡିଏଫସି ବ୍ୟାଙ୍କ ସହ କଥାବାର୍ତ୍ତା ସରିଛି । ଆପ୍ ତିଆରି ଚାଲିଥିବା ସମଲେଇ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି କହିଛନ୍ତି । ଏହା ସହ ସ୍ବତନ୍ତ୍ର ପୂଜା ପାଇଁ ମଧ୍ୟ ଆପରେ ବୁକିଂ କରିବା ସହ ଭକ୍ତମାନେ ସମସ୍ତ ତଥ୍ୟ ପାଇ ପାରିବେ । ଆପ୍ ଯୋଗେ ମାଆ ସମଲେଇଙ୍କ ପ୍ରଚାର ପ୍ରସାର ଓ ଭକ୍ତଙ୍କ ପାଇଁ ଦର୍ଶନ, ଭୋଗ ପାଇବା ଏବଂ ରହଣି ଲାଗି ଆଗୁଆ ବୁକିଂ ସହଜ ହେବ ।
