କ୍ଷମା ମାଗିଲେ ଯାତ୍ରା ହାସ୍ୟ ଅଭିନେତା ଦୟାନିଧି ଉପାଧ୍ୟାୟ ।ଯାତ୍ରା କଳାକାର ଦୟା ଗତ ଖଣ୍ଡଗିରି ଯାତ୍ରା ମହାସମରରେ ଯାତ୍ରା ଗୁରୁମାନଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା । ଏହି ବିବାଦ ଧୀରେ ଧୀରେ ବଢ଼ିବାରେ ଲାଗିଥିଲା । ଯାତ୍ରା ଅଭିନେତା ଦୟା ମଧ୍ୟରାତ୍ରିରେ ଅପେରା ମାଷ୍ଟର ସଂଘ ସଭାପତି ବିଜୟ ଦାସଙ୍କ ଭଦ୍ରକ ସ୍ଥିତ ବାସଭବନରେ ପହଞ୍ଚି ତାଙ୍କୁ ଭୁଲ ମାଗିଛନ୍ତି ।ଗୁରୁମାନେ ଅକ୍ଷମ ଓ ଅଯୋଗ୍ୟ କହି ବିବାଦରେ ଫସିଥିଲେ ଯାତ୍ରା କମେଡିଆନ୍ ଦୟା । ଏହାପରେ ତାଙ୍କୁ ଯାତ୍ରାପାର୍ଟିରୁ ବ୍ୟାନ କରାଯାଇଥିଲା । ଏହାପରେ ସେ ଗଣମାଧ୍ୟମରେ କ୍ଷମା ମାଗିଥିଲେ ।କେବଳ ସେତିକି ନୁହେଁ ଯାତ୍ରାରେ ଯେତେ ଗୁରୁ ବା ଲେଖକ ଅଛନ୍ତି, ତାଙ୍କର ଯେତେବେଳେ କମିଟି ବସିବ ସେଠାକୁ ଯାଇ ତାଙ୍କ ପକ୍ଷ ରଖି ଭୁଲ ମାଗିବେ ବୋଲି କହିଛନ୍ତି ଦୟା । ଏଥିପାଇଁ ଦୟାଙ୍କ ଉପରୁ ବ୍ୟାନ ଉଠିଲା ବୋଲି ଅପେରା ମାଷ୍ଟର ସଂଘ ସଭାପତି ବିଜୟ ଦାସ କହିଛନ୍ତି
