ଏୟାର ଇଣ୍ଡିଆର ୩ ଅଧିକାରୀ ବହିଷ୍କୃତ। ଅହମ୍ମଦାବାଦ ବିମାନ ଦୁର୍ଘଟଣା ମାମଲା। ଦୁର୍ଘଟଣାର କିଛି ଦିନ ପରେ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏକ ବଡ଼ ଆକ୍ସନ ନେଇଛି। ଅହମ୍ମଦାବାଦ ଭୟଙ୍କର ବିମାନ ଦୁର୍ଘଟଣା ୩ ଜଣ ଅଧିକାରୀଙ୍କୁ ବହିଷ୍କାର କରିବାକୁ ଏୟାର ଇଣ୍ଡିଆକୁ DGCAର ନିର୍ଦ୍ଦେଶ। DGCA ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ଅଧିକାରୀମାନେ ଅନେକ ଗୁରୁତର ତ୍ରୁଟିରେ ଜଡିତ ଥିବା ଜଣାପଡିଛି । ଏହି ନିର୍ଦ୍ଦେଶ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ୨୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ତେବେ ମୃତ୍ୟୁ ହେବାର କିଛି ଦିନ ପରେ ଏହି ଖବର ଆସିଛି । ମୃତକଙ୍କ ମଧ୍ୟରେ କେବଳ ବିମାନରେ ଥିବା ବ୍ୟକ୍ତି ନୁହଁନ୍ତି ବରଂ ଜନବସତିରେ ଥିବା ଅନେକ ଲୋକ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି ।
