ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଖୁସି ଖବର । ଜୁନ୍ ୨୪ ଅର୍ଥାତ୍ ମଙ୍ଗଳବାର ସୁନା ଦର ହ୍ରାସ ହୋଇଛି ।ଏମସିଏକ୍ସରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧.୨୩% ହ୍ରାସ ପାଇ୧୦ ଗ୍ରାମ ପିଛା ୯୮,୧୬୮ ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବ ବନ୍ଦ ମୂଲ୍ୟ ୯୯,୩୮୮ ଟଙ୍କା ତୁଳନାରେ କମ୍। ଦିନର ଆରମ୍ଭରେ ସୁନାର ମୂଲ୍ୟ ୨.୯୮% ହ୍ରାସ ପାଇ ୯୬,୪୨୨ ଟଙ୍କା ସ୍ତରକୁ ଖସିଥିଲା। ମୁମ୍ବାଇରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୯୯,୮୭୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୯୧,୫୫୦ ଟଙ୍କା ରହିଛି। ରୂପାର ମୂଲ୍ୟ ମୁମ୍ବାଇରେ ୧,୦୦,୯୦୦ ଟଙ୍କା ପ୍ରତି କିଲୋଗ୍ରାମ ରହିଛି।୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୭୪,୯୧୦ ଟଙ୍କା ରହିଛି । ଗତକାଲି ୭୫,୫୨୦ ଟଙ୍କା ଥିଲା । ଏଥିରେ ୬୧୦ ଟଙ୍କା ହ୍ରାସ ହୋଇଛି ।
