ପତ୍ନୀଙ୍କ ସହ ପୁରୀ ବଡ଼ଦାଣ୍ଡରେ ରଥ ଟାଣିଲେ ମୁଖ୍ୟମନ୍ତ୍ରୀ

ବଡ଼ ଦେଉଳରୁ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଆସିଛନ୍ତି କାଳିଆ ସାଆନ୍ତ। ରଥରେ ବିଜେ କରି ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ରଥାରୂଢ଼ ଶ୍ରୀଜିଉଙ୍କ ଛେରାପହଁରା ନୀତିକାନ୍ତି ସମ୍ପନ୍ନ ପରେ ଆରମ୍ଭ ହୋଇଛି ରଥଟଣା। ଶ୍ରଦ୍ଧାଳୁମାନେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ ଟାଣି ଟାଣି ନେଇଥିଲେ।ଆଉ ରଥଟାଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ପୁରୀ ବଡ଼ଦାଣ୍ଡରେ ହଜାର ହଜାର ଭକ୍ତଙ୍କ ଭିଡ଼ ଭିତରେ ବଳଭଦ୍ରଙ୍କ ରଥ ଦୋଉଡ଼ି ଧରି ରଥ ଟାଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥର କିନ୍ତୁ ସେ ଏକା ନୁହଁନ୍ତି, ସାଙ୍ଗରେ ଅଛନ୍ତି ଧର୍ମପତ୍ନୀ। ସ୍ତ୍ରୀଙ୍କ ସହ ଏଥର ରଥ ଟାଣିଛନ୍ତି ମୋହନ।ଏହାସହ ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ରଥ ଟାଣିଛନ୍ତି। ଘଣ୍ଟ ଘଣ୍ଟାରେ ଉଛୁଳି ପଡୁଛି ବଡ଼ଦାଣ୍ଡ

ଅଧିକ ପଢନ୍ତୁ

kc ads