ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ହୋଇଥିବା ଅଘଟଣରେ ବଦଳିଗଲେ ଜିଲ୍ଲାପାଳ ଓ ଏସ୍ପି I ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ନେତୃତ୍ୱରେ ହେବ ତଦନ୍ତ I କିନ୍ତୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ଵରେ ଗଠନ ହୋଇଥିବା ମନ୍ତ୍ରୀସ୍ତରୀୟ କମିଟି ଉପରେ କଣ କାର୍ଯ୍ୟାନୁଷ୍ଠାନ ହେବ ଓ କେବେ? ସେମାନେ କାଳେ ପୁରୀରେ ରହି ତଦାରଖ କରୁଥିଲେ? ଶୃଙ୍ଖଳିତ ଆଉ ଅନୁଭବ ସମ୍ପନ୍ନ ରଥଯାତ୍ରା? କଣ କରୁଥିଲେ ସେମାନେ? ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ବେଳେ ଏମାନେ ସବୁ ପୁରୀରେ ଥିଲେ ନା ଭୁବନେଶ୍ବର ରେ? ତାହା ତଦନ୍ତ ହେବକି? ସେମାନଙ୍କୁ ତୁରନ୍ତ ପଦବୀରୁ ବହିଷ୍କାର କରାଯିବକି? ନା ସେମାନେ ନିଜ ଉପରକୁ ଦୋଷ ନେଇ ପଦ ଛାଡିବେ? କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ଆସିଥିଲେ I କହିଥିଲେ ମହାପ୍ରଭୁଙ୍କ ମାଟିକୁ ଆସିବାକୁ ଟ୍ରମ୍ପ ନିମନ୍ତ୍ରଣକୁ ମନାକଲେ I ଭଲକଥା I କିନ୍ତୁ ମହାବାହୁଙ୍କ ନିକଟରେ ଯେଉଁମାନେ ଦୋଷ କରୁଛନ୍ତି ସେମାନଙ୍କୁ ଏବେ ଦଣ୍ଡ ଦେବେ? ନା ତଦନ୍ତ ନା ରେ ଖାଲି ଗପରେ ଚଳାଇବେ? ଏହା ସବୁଠୁଁ ବଡ଼ ପ୍ରଶ୍ନ? ନା କିଛି ଲୋକଙ୍କୁ ଲଗାଇ ପୁରୁଣା ଖବର କାଢି ସେବେ ଏଇଆ ହୋଇଥିଲା ଏବେ ହେଲା କଣ ହୋଇଗଲା ବୋଲି ପ୍ରଶ୍ନ କରିବେ?
