ରଥଯାତ୍ରାରେ ଦଳଚକଟା ଘଟଣା !ରାଜ୍ୟ ସରକାରଙ୍କୁ ରାଜ୍ୟ ମାନବାଧିକାର କମିଶନ ନୋଟିସ ଜାରି

ରଥଯାତ୍ରାରେ ଦଳଚକଟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ରାଜ୍ୟ ମାନବାଧିକାର କମିଶନ ନୋଟିସ ଜାରି କରିଛନ୍ତି। ଏଥିସହ ଆହତଙ୍କୁ ସମସ୍ତ. ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦେଶ ଦେଲେ ଓଏଚଆରସି।ଏଥିସହ ଭବିଷ୍ୟତରେ ଯେପରି ଏଭଳି ଅଘଟଣ ନଘଟିବ, ତା ଉପରେ ଦୃଷ୍ଟି ଦେବାକୁ କହିଛନ୍ତି ରାଜ୍ୟ ମାନବାଧିକାର କମିସନ । ତିନି ରଥରେ ମହାପ୍ରଭୁଙ୍କୁ ଦର୍ଶନ କରିବା ବେଳେ ଶନିବାର ବିଳମ୍ବିତ ରାତିରେ ଦଳାଚକଟା ହୋଇଥିଲା । ଏଥିରେ ୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା ।୫୦ ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଏହି ଘଟଣା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି। ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। ଦାୟୀ ଅଧିକାରୀଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ସହ ମୃତକଙ୍କ ପରିବାରକୁ ଅଧିକ ପରିମାଣର କ୍ଷତିପୂରଣ ଦେବାକୁ ସେ ପ୍ରାର୍ଥନା କରିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital